ବୁନ୍ଦାଏ ବର୍ଷା ଜଳରେ ଜଳିବ ଶହେ ଏଲ୍ଇଡି

ବୁନ୍ଦାଏ ବର୍ଷାଜଳ ଏଣିକି ଶହେ ଛୋଟ ଏଲଇଡି ବଲବକୁ ଶକ୍ତି ପ୍ରଦାନ କରିପାରିବ । ଶକ୍ତି ସଞ୍ଚୟ ଟେକ୍ନୋଲୋଜି କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି । ଏକ କ୍ଷୁଦ୍ର ବୁନ୍ଦା ଆଧାରିତ ଇଲେକ୍ଟ୍ରିସିଟି ଜେନେରେଟର ଉଚ୍ଚ ଶକ୍ତି ରୂପାନ୍ତରଣ ଦକ୍ଷତା ରହିଛି ଏବଂ ଏହାର ଶକ୍ତି ଘନତ୍ୱ ନିଜ ସମକକ୍ଷଙ୍କ ତୁଳନାରେ ହଜାର ଗୁଣ ଅଧିକ । ଏହି ନୂଆ ଟେକ୍ନୋଲୋଜି ମାଧ୍ୟମରେ ବିଶ୍ୱ ସାମ୍ନା କରୁଥିବା ଉର୍ଜ୍ଜା ସଙ୍କଟକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ବୈଜ୍ଞାନିମାନେ ଆଶା କରୁଛନ୍ତି । କଠିନ ପୃଷ୍ଠ ସହ ଜଳର ସଂଯୋଗ ହେଉଥିବା ବିଭିନ୍ନ କ୍ଷେତ୍ରରେ ଏହି ଜେନେରେଟର (ଶକ୍ତି ଉତ୍ପନ୍ନକାରୀ)କୁ ପ୍ରୟୋଗ କରାଯାଇପାରେ । ଉଦାହରଣ ସ୍ୱରୂପ ଡଙ୍ଗାର ବାହ୍ୟ ପରସ୍ତ, ସମୁଦ୍ର ତଟ ଓ ଛତା ବାହ୍ୟ ଦେଶ । ଅଧ୍ୟୟନ ଅନୁସାରେ ୧୫ ସେଣ୍ଟିମିଟର ଉଚ୍ଚରୁ ଖସୁଥିବା ୧ ଶହ ମାଇକ୍ରୋଲିଟର ଜଳର ଗୋଟିଏ ବୁନ୍ଦା ୧୪୦ ଭୋଲ୍ଟରୁ ଅଧିକ ଭୋଲଟେଜ ଉର୍ଜ୍ଜା ଉତ୍ପନ୍ନ କରିପାରେ । ଉତ୍ପନ୍ନ ଉର୍ଜା ୧ ଶହ ଛୋଟ ଏଲଇଡି ଲାଇଟକୁ ଜଳାଇବାର କ୍ଷମତା ବୋଲି ହଂକଂର ସିଟି ୟୁନିଭର୍ସିଟିର ଅଧ୍ୟୟନ ମୁଖ୍ୟ ଜୁଆନକାଇ ୱାଙ୍ଗ କହିଛନ୍ତି । ଏହି ଉର୍ଜ୍ଜା କମ -ଆବୃତ୍ତିଯୁକ୍ତ ଗତିଜ ରୂପ ଆସେ । ମାଧ୍ୟାକର୍ଷଣ ଯୋଗୁଁ ଉପରୁ ପଡ଼ୁଥିବା ଜଳରେ ଗତିଜ ଶକ୍ତି ପ୍ରବେଶ କରେ, ଯାହା ମୁକ୍ତ ଓ ପୁନଃନବୀକରଣ ଯୋଗ୍ୟ । ଏହାକୁ ଆହୁରି ଉତ୍ତମ ଉପାୟରେ ବ୍ୟବହାର କରାଯାଇପାରେ ବୋଲି ୱାଙ୍ଗ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ