ବୁର୍ଲା ମେଡିକାଲ: ୩ ଡାକ୍ତରଙ୍କ ସମେତ ୩ ନର୍ସ କରୋନା ଆକ୍ରାନ୍ତ

ଭୁବନେଶ୍ବର: ସମ୍ବଲପୁର ସ୍ଥିତ ବୁର୍ଲା ମେଡିକାଲରେ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇଛନ୍ତି ୬ କରୋନା ଯୋଦ୍ଧା ଆକ୍ରାନ୍ତ । ସେମାନଙ୍କ ମଧ୍ୟରେ ୩ ଜଣ ଡାକ୍ତର ଓ ୩ ଜଣ ନର୍ସ ଅଛନ୍ତି । ୫୦ରୁ ଅଧିକ କ୍ୱାରେଣ୍ଟିନରେ ଗଲେଣି । ତେଣୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ସମ୍ଭାବନା ଅଧିକ ଥିବା ଭିମସାର ନିର୍ଦ୍ଦେଶକ ଲଳିତ ମେହେର କହିଛନ୍ତି । ଏବେ ଭିମସାର ଓପିଡି ବନ୍ଦ ରହିଛି । କେବେଳ ଗୁରୁତର ରୋଗୀଙ୍କ ଚିକିତ୍ସା ଚାଲିଛି । ଆସନ୍ତା ୧୯ ତାରିଖ ଯାଏ ଓପିଡି ବନ୍ଦ ରହିବ । ଭୀମସାରରେ ରୋଗୀ ଓ କରୋନା ଯୋଦ୍ଧା ସଂକ୍ରମିତ ହେବା ପରେ ଏହି ପଦକ୍ଷେପ ନେଇଛି ଜିଲ୍ଳା ପ୍ରଶାସନ । ତେବେ ଏହା ସହ ହସ୍ପିଟାଲ ପରିସରରେ ରୋଗୀ, ଆଟେଣ୍ଡାଣ୍ଟ୍‌ ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ