“ବୁଲବୁଲ’ ନେଇଯାଇଥାନ୍ତା ୬୦୦ ମତ୍ସ୍ୟଜୀବୀଙ୍କ ଜୀବନ !

ଭଦ୍ରକ: ମାଛ ଧରିବୁ ଆଉ ନିଜ ତେଲେ ଲୁଣ ସଂସାରକୁ ବଞ୍ଚାଇବୁ । କିଛି ଏଭଳି ଭାବି ଗଭୀର ସମୁଦ୍ରକୁ ମାଛ ଧରିବାକୁ ପଶ୍ଚିମବଙ୍ଗ ମେଦିନୀପୁରରୁ ବାହାରିଥିଲେ ପାଖାପାଖି ୬୦୦ ଜଣ ମତ୍ସ୍ୟଜୀବୀ । ନିଜର ୫୦ଟି ବାଟରେ ଏହି ମତ୍ସ୍ୟଜୀବୀମାନେ ମେଦିନୀପୁର କଣ୍ଟାଇରୁ ବାହାରିଥିଲେ । କିଛି ବାତ୍ୟା ଆସୁଛି ବୋଲି ଶୁଣିଥିଲେ ବି ଏତେ ଭୟଙ୍କର ହେବ ବୋଲି ଆକଳନ କରିପାରିନଥିଲେ । ଗଭୀର ସମୁଦ୍ରରେ ମାଛ ଧରୁଥିଲେ ବି ବାତ୍ୟାକୁ ନେଇ ତାଜା ସୂଚନା ନଥିଲା । କେଉଁ ବାଟ ଦେଇ ବାତ୍ୟା ବୁଲବୁଲ ଅତିକ୍ରମ କରିବ ତାହା ଏହି ମତ୍ସ୍ୟଜୀବୀଙ୍କ ଆକଳନରୁ ବାହାରେ ଥିଲା । ଓଡ଼ିଶାର ମତ୍ସ୍ୟଜୀବୀମାନେ ସମୁଦ୍ର ମଧ୍ୟରୁ ଆସିଯାଇଥିଲେ ବି ଏହି ବଙ୍ଗୀୟ ମତ୍ସ୍ୟଜୀବୀମାନେ ଆସିପାରିନଥିଲେ । ପୁଣି ମତ୍ସ୍ୟଜୀବୀଙ୍କ ପାଇଁ କଣ୍ଟାଇ ଉପକୂଳକୁ ଫେରିବା ସୁରକ୍ଷିତ ନଥିଲା । କାରଣ ଏହା ମଧ୍ୟ ଦେଇ ବୁଲବୁଲ ଅତିକ୍ରମ କରିବାକୁ ଥିବାରୁ ଜୀବନ ଚାଲିଯିବାର ଆଶଙ୍କା ପ୍ରକାଶ କରିଥିଲେ ପଶ୍ଚିମବଙ୍ଗ ସରକାର । କିଭଳି ଏମାନଙ୍କ ଜୀବନ ବଞ୍ଚାଇହେବ ସେ ନେଇ ଓଡ଼ିଶା ସରକାରଙ୍କ ସହାୟତା ଲୋଡ଼ିଥିଲେ ପଶ୍ଚିମବଙ୍ଗ ସରକାରଙ୍କ ମୁଖ୍ୟ ଶାସନ ସଚିବ । ଓଡ଼ିଶା ସରକାର ବି ଏହି ମତ୍ସ୍ୟଜୀବୀଙ୍କୁ ସାହାଯ୍ୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ।ଏହାପରେ ଆରମ୍ଭ ହାଇଥିଲା ଅଭିଯାନ । ଓଡ଼ିଶାର ଭଦ୍ରକରେ ଥିବା ଧାମରା ଜେଟି ଓ କେନ୍ଦ୍ରାପଡାରେ ଥିବା ତାଳଚୁଆ ଜେଟିକୁ ଆସିବାକୁ କୁହାଯାଇଥିଲା । ଏହାପରେ ଏହି ମତ୍ସ୍ୟଜୀବୀମାନେ ଭରସା ପାଇଥିଲେ । ଧାମରା ଜେଟିକୁ ୧୩ଟି ବାଟରେ ଥିବା ପ୍ରାୟ ୧୫୬ ଜଣ ଆସିଥିବାବେଳେ ତାଳଚୁଆ ଜେଟିକୁ ୩୭ଟି ବାଟରେ ୪୪୪ ଜଣ ଆସିଛନ୍ତି । ତେବେ ଧାମରା ଜେଟିକୁ ଆସିବାକୁ ଥିବା ମତ୍ସ୍ୟଜୀବୀମାନେ ବର୍ତ୍ତମାନ ଧାମରା ନଦୀରେ ଥିବା ବେଳେ ଖୁବଶୀଘ୍ର ଜେଟିରେ ପହଂଚିବେ । ଏଠାରେ ଏମାନଙ୍କ ପାଇଁ ଖାଦ୍ୟ ଓ ରହଣିର ବ୍ୟବସ୍ଥା କରାଯାଇଛି । “ବୁଲବୁଲ’ ଚାଲିଯିବା ପରେ ଏମାନେ ପଶ୍ଚିମବଙ୍ଗ ଫେରିଯିବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ