ବୁଲାଣି ରାସ୍ତାରେ ସ୍କୁଟିକୁ ଧକ୍କା ଦେଲା ସ୍କୁଟି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦୁଇଟି ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ସ୍କୁଟି ଚାଳକ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍ କୁ ସ୍ଥାନାନ୍ତରିତ ହୋଇଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଆଜି ଅପରାହ୍ଣ ତିନି ଘଣ୍ଟା ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବୋରୀ ଗ୍ରାମର ଦିଗାମ୍ବର ବିଷୋୟୀଙ୍କ ପୁଅ ସୋନୁ ବିଷୋୟୀ(୧୯) ତାଙ୍କ ଭଉଣୀ ଲେଲା ବିଷୋୟୀଙ୍କୁ ଏକ ସ୍କୁଟିରେ ବସାଇ ବୋରୀରୁ ଗାଙ୍ଗପୁର ଅଭିମୁଖେ ଆସୁଥିବା ବେଳେ ଗାଙ୍ଗପୁର ପଟୁ ବୋରୀ ଅଭିମୁଖେ ଯାଉଥିବା ଇ-କମ୍ ଡେଲିଭରୀ ବୟ ଭବାନୀ ପାଢୀଙ୍କ ସ୍କୁଟି ସହ ବୋରୀ ରାସ୍ତାର ଦଲକ ପୋଖରୀ ନିକଟସ୍ଥ ବୁଲାଣି ରାସ୍ତାରେ ମୁହାଁମୁହିଁ ଧକ୍କା ହୋଇଥିଲେ I ଫଳରେ ଦୁଇ ସ୍କୁଟିରେ ଥିବା ତିନିଜଣଯାକ ତଳେ ଛିଟିକି ପଡିଥିଲେ I ଉଭୟ ସୋନୁ ଏବଂ ଭବନୀଙ୍କର ମୁହଁରେ ଗଭୀର ଆଘାତ ଲାଗିଥିବା ବେଳେ ଲେଲାଙ୍କର ହାତ ଏବଂ ଗୋଡ଼ରେ ସାମାନ୍ୟ୍ ଆଘାତ ଲାଗିଛି I ସ୍ଥାନୀୟ ଲୋକେ ଆହତ ତିନିଜଣଙ୍କୁ ଉଦ୍ଧାର କରି ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ I ସେଠାରୁ ଉଭୟ ସୋନୁ ଏବଂ ଭବାନୀଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ଲେଲାଙ୍କୁ ଘରକୁ ପଠାଇଦିଆଯାଇଛି I ଘଟଣା ସମ୍ପର୍କରେ ଖବର ପାଇ ଗାଙ୍ଗପୁର ଥାନା ଏସ୍ଆଇ ଉମାକାନ୍ତ ପ୍ରଧାନ ଏବଂ ଦିଲ୍ଲୀପ୍ କୁମାର ଡାକୁଆ ଗୋବରା ମେଡିକାଲ୍ ରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ I ଡେଲିଭରୀ ବୟ୍ ଭବାନୀ କୋରାପୁଟ୍ ଅଞ୍ଚଳର ହୋଇଥିବା ବେଳେ ତାଙ୍କ ବାପାଙ୍କ ନାମ ବିମଳ ଚନ୍ଦ୍ର ପାଢୀ ବୋଲି ସୂଚନା ମିଳିଛି I ପ୍ରକାଶ ଥାଉ କି ବୋରୀ ରାସ୍ତାର ପାଢୀ ବନ୍ଧ ଏବଂ ଦଲକ ପୋଖରୀ ନିକଟରେ ଦୁଇଟି ବିପଦ ପୂର୍ଣ୍ଣ ବୁଲାଣି ରହିଥିଲେ ମଧ୍ୟ ଏନେଇ କୌଣସି ସଙ୍କେତ କିମ୍ବା ନିରାପତ୍ତା ବ୍ୟବସ୍ଥା ନଥିବାରୁ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ