ବୁଲା କୁକୁରଙ୍କୁ ଖାଇବାକୁ ଦେଲେ ବିଡିଓ ଓ ସାମାଜିକ କର୍ମୀ
ବନ୍ତ,(ଚାନ୍ଦିନୀ ମହାନ୍ତି):କରୋନା ମହାମାରୀ ପାଇଁ ସାରା ଦେଶ ଏବେ ଲକ୍ ଡାଉନ୍ ହୋଇଛି । ଫଳରେ ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଲୋକ ମାନେ ବାହାରକୁ ବାହାରୁ ନାହାନ୍ତି । ଫଳରେ ଅସହାୟ ଗରିବ ଲୋକ ଓ ବୁଲା ପ୍ରାଣୀ ମାନଙ୍କ ଦୁଃଖ ବଢିବ ଯାଇଛି । ବଜାରରେ ବୁଲୁଥିବା ପ୍ରାଣୀ ମାନେ ଲକ୍ ଡାଉନ୍ ଠାରୁ ଆଗଭଳି ଖାଇବାକୁ ପାଉନାହାନ୍ତି । ଏଭଳିସ୍ଥିତିରେ ରବିବାର ବନ୍ତ ସଦର ମହକୁମାସ୍ଥିତ ସିନେମା ହଲ ଛକ, ପୁରୁଣା ବଜାର, କେନ୍ଦୁଆପଦା ଛକ, ଥାନା ଛକ ଆଦି ସ୍ଥାନରେ ବୁଲା କୁକୁର ମାନଙ୍କ ମୁହଁରେ ଆହାର ପହଞ୍ଚାଇଛନ୍ତି ବିଡିଓ ରେବେକା ବିଲୁଙ୍ଗ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଅଧ୍ୟାପକ ସୁଧାଂଶୁ ନାୟକ, ଅଜୟ କୁମାର ନାୟକ, କାହ୍ନୁ ଚରଣ ବାରିକ, ରବିନ୍ଦ୍ର ଦାସଙ୍କ ସହଯୋଗରେ ଉପରୋକ୍ତ ସ୍ଥାନରେ ବୁଲା କୁକୁର ମାନଙ୍କୁ ରନ୍ଧାଖାଦ୍ୟ ଖାଇବାକୁ ଦିଆଯାଇଛି । ଆଜିଭଳି ଦୈନନ୍ଦିନ ବୁଲା କୁକୁର ମାନଙ୍କୁ ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବେହେରା ରନ୍ଧାଖାଦ୍ୟ ଯୋଗାଇ ଦେବେ ବୋଲି ଜଣାଯାଇଛି ।