ବୁଲା କୁକୁରଙ୍କ ବନ୍ଧୁ ହେଲେ ଯୁବସାମ୍ବାଦିକ ସୌମ୍ୟ ରଞ୍ଜନ

ଛତ୍ରପୁର:କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ସହ ଗଞ୍ଜାମରେ ଦିନକୁ ୧୯ ଘଣ୍ଟା ସଟ୍‌ ଡାଉନ କଟକଣା ଲାଗୁ ହୋଇଛି। ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀଙ୍କ ପାଇଁ ଖାଦ୍ୟ ସଂଗ୍ରହ ଏବେ ଜଟିଳ ସମସ୍ୟା ପାଲଟିଛି। ବେଶୀ ହଇରାଣ ହେଉଛନ୍ତି ପଶୁପକ୍ଷୀ। ଦୋକାନ, ବଜାର, ହୋଟେଲ, ଫାଷ୍ଟଫୁଡ ଷ୍ଟଲ ବନ୍ଦ ପରେ ବୁଲା କୁକୁର ଖାଇବାକୁ ପାଉନାହାନ୍ତି। ଏଭଳି ପରିସ୍ଥିତିରେ ଛତ୍ରପୁରର ଯୁବ ସାମ୍ବାଦିକ ସୌମ୍ୟ ରଂଜନ ନାୟକ ବୁଲା କୁକୁରଙ୍କ ବନ୍ଧୁ ପାଲଟିଛନ୍ତି। ସେ ଢେଙ୍କାନାଳ ସ୍ଥିତ ଆଇଆଇଏମ୍‌ସିରୁ ସାମ୍ବାଦିକତା ପାସ୍‌ କରି ଜି ଓଡ଼ିଶା ଚ୍ୟାନେଲ ରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି l ସନ୍ଧ୍ୟାହେଲେ ରୋଷେଇ କରି ଖାଦ୍ୟ ଭର୍ତ୍ତି ବାଲ୍ଟି ଧରି ଘରୁ ବାହାରି ପଡ଼ନ୍ତି। ସାଙ୍ଗରେ ବିସ୍କୁଟ ପ୍ୟାକେଟ ମଧ୍ୟ ନେଇଥାନ୍ତି। ରାସ୍ତାରେ ବୁଲି ସୌମ୍ୟ ବହୁ ବୁଲା କୁକୁରଙ୍କୁ ଖାଦ୍ୟ ଦେଇଥାନ୍ତି। ମଣିଷ ତ କେମିତି କ’ଣ ଚଳିଯାଉଛି, ହେଲେ ବୁଲାକୁକୁର କଥା କେହି ବୁଝୁନାହାନ୍ତି ବୋଲି କ୍ଷୋଭ ର ସହ କହିଛନ୍ତି ସୌମ୍ୟ ରଞ୍ଜନ l ଯୁବ ସାମ୍ବାଦିକ ସୌମ୍ୟ ପୂର୍ଵ ରୁ ବହୁ ଜନ ହିତକର କାର୍ଯ୍ୟ ନିୟୋଜିତ ହୋଇ ସମସ୍ତଙ୍କ ପ୍ରିୟପାତ୍ର ହୋଇଛନ୍ତି l ବହୁବାର ରକ୍ତଦାନ ଠାରୁ ଆରମ୍ଭ କରି ବୃକ୍ଷ ରୋପଣ, ସ୍ୱଛତା ଭଳି ବହୁ ସମାଜସେବା କରିଆସୁଛନ୍ତି l ସେ ଛାତ୍ର ଅବସ୍ଥା ରୁ ଜଣେ ମେଳାପୀ ଓ ସାହାଯ୍ୟକାରୀ ଭାବେ ପରିଚିତ ରହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ