ବୁଲା ପ୍ରାଣୀ ଏବଂ ମାନସିକ ଅକ୍ଷମ ଙ୍କୁ ରନ୍ଧାଖାଦ୍ୟ

ଚାରିଆଡେ ଆର୍ତ୍ତ ଚିତ୍କାର ।। କରୋନାକୁ ନେଇ ଆତଙ୍କିତ ଲୋକେ ।। ସେପଟେ ସାରା ଭାରତ ତାଲା ବନ୍ଦ ।। କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ହିତାଧିକାରୀଙ୍କୁ ମିଳିବ ଯୋଜନା ମୁତାବକ ସହାୟତା । ହେଲେ ଥରେ ଚିନ୍ତା କରି ଦେଖନ୍ତୁ ତ ଏଣେତେଣେ ବୁଲୁଥିବା କୁକୁର , ଗାଈ,ଷଣ୍ଢ, କାଉ, ପାରା,ମାନସିକ ଅକ୍ଷମ ବ୍ୟକ୍ତି ଇତ୍ୟାଦି ଙ୍କ କଥା ।। ସମସ୍ତେ ଘରେ । ସେମାନଙ୍କ ଖାଇବା କଥା ବୁଝିବ କିଏ ? ଯଦି ଏମାନେ ଖାଇବାକୁ ନପାଇ ମୃତ୍ୟୁ ବରଣ କରନ୍ତି ତେବେ ଏହା ଏକ ନୂଆ ସଂକ୍ରାମକ ରୋଗ ସୃଷ୍ଟି କରିବା ସହ ପରିବେଶ ସନ୍ତୁଳନ ରେ ବାଧା ନିଶ୍ଚିନ୍ତ ଭାବରେ ସୃଷ୍ଟି କରିବ ।। ଏହି ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ମହିଷାମୁଣ୍ଡାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାବୀର ୟୁଥ୍ କ୍ଲବ୍ ଆଣ୍ଡ ଲାଇବ୍ରେରୀ ପକ୍ଷରୁ ନାଉଗାଁ ବଜାରର ବୁଲା ପ୍ରାଣୀ ଏବଂ ମାନସିକ ଅକ୍ଷମ ବ୍ୟକ୍ତି ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି ।। ଏହି କାର୍ଯ୍ୟକ୍ରମରେ ସଂଗଠନର ସମ୍ପାଦକ ପ୍ରସନ୍ନଜିତ୍ ସାହୁଙ୍କ ସହ ରାକେଶ ସ୍ୱାଇଁ,ସୁମନ୍ ସ୍ୱାଇଁ,ପ୍ରିୟବ୍ରତ ଲେଙ୍କା ,ସନ୍ତୋଷ ସାହୁ ପ୍ରମୁଖ ସହଯୋଗ କରିଥିଲେ ।। ଦେଶରେ ଯେତେଦିନ ତାଲା ବନ୍ଦ ରହିବ ସେ ପର୍ଯ୍ୟନ୍ତ ଏମିତି ରନ୍ଧା ଖାଦ୍ୟ ବଣ୍ଟନ କରାଯିବ ବୋଲି ସଂଗଠନର ସଭାପତି ଦୀପକ୍ ଦାସ ପ୍ରକାଶ କରିଛନ୍ତି ।। ସାଧାରଣରେ ଏହି କାର୍ଯ୍ୟ ପାଇଁ ବହୁତ୍ ପ୍ରଶଂସା କରାଯାଉଛି ।।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ