ବୁଲିବୁଲି ଟଙ୍କା ସଂଗ୍ରହ କଲେ

ହାଟଡିହି, (ବିକାଶ ବିଶ୍ୱାଳ ) :-ଦୁସାଧ୍ୟ ଯୋଗରେ ପୀଡିତ ହୋଇ ଜୀବନ ମରଣ ସହିତ ସଂଗ୍ରାମ କରୁଥିବା ରାଜବୀର ପାଇଁ ବୁଲି ବୁଲି ଟଙ୍କା ଆଦାୟ କରି ସହଯୋଗର ହାତ ବଢ଼ାଇଛନ୍ତି ମା ତାରିଣୀ ସେବାସଂସ୍ଥାର ସଦସ୍ୟ ଚକ୍ରଧର ସାଉ । ରାଜବୀରର ଚିକିତ୍ସା ପାଇଁ ୧୬କୋଟିରୁ ଉର୍ଦ୍ଧ ଟଙ୍କାର ଆବଶ୍ୟକତା ସମ୍ପର୍କରେ ଗଣମାଧ୍ୟମରୁ ଜାଣିବାପରେ ମା ତାରିଣୀ ସେବାସଂସ୍ଥାର ସଦସ୍ୟ ତଥା ଛେନାପଦିଛକରେ ଫାଷ୍ଟଫୁଡ ଦୋକାନ କରିଥିବା ଚକ୍ରଧର ସାଉ ମାତାରିଣୀ ସେବାସଂସ୍ଥାର କିଛି ସଦସ୍ୟଙ୍କୁ ସାଥିକରି ବିଭିନ୍ନ ଛକବଜାର, ସ୍କୁଲ କଲେଜ ଓ ସରକାରୀ ବେସରକାରୀ ଅଫିସରୁ ବୁଲି ବୁଲି ଲେଙ୍କମାନଙ୍କ ଠାରୁ ସାହାଯ୍ୟ ଭିକ୍ଷା କରିଥିଲେ । ଏପରିକି ରାଜବୀର ପୁରୀରେ ଥିବା ଖବରପାଇ ଗତକାଲି ପୁରୀ ଯାଇ ବଡଦାଣ୍ଡରେ ଭୀକ୍ଷାକରି ସଂଗୃହିତ ରାଶିକୁ ରାଜବୀରର ମା’ଙ୍କୁ ସହାୟତା ରାଶି ପ୍ରଦାନ କରିଛନ୍ତି । ପ୍ରଭୁ ଜଗନ୍ନାଥ ଅତିଶିଘ୍ର ରାଜବୀରକୁ ସୁସ୍ଥ କରିଦିଅନ୍ତୁ ବୋଲି ଓଡିଶା ବାସୀ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିବାକୁ ସେ ନିବେଦନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ କନ୍ଧମାଳ ଜିଳ୍ଲା ଫୁଲବାଣୀ ବ୍ଲକ ଗୁଞ୍ଜୁଗୁଡା ଗାଁର ମାତ୍ର ଦେଢ଼ବର୍ଷର ରାଜବୀର ରଣା ଏବେ ଜଟିଳ ରୋଗରେ ପୀଡିତ । ରୋଗ ଭଲ ପାଇଁ ପାଖରେ ଅର୍ଥ ନଥିବାବେଳେ ଶିଶୁଟି ମୃତ୍ୟୁର ଦ୍ୱାର ଦେଶକୁ ଚାଲିଯାଉଛି । ରାଜୀବରର ଜୀବନ ବଞ୍ଚାଇବା ପାଇଁ ୧୬କୋଟି ଟଙ୍କାର ଇଞ୍ଜେକସନ ଦରକାର ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ରାଜବୀରର ଦ୍ୱିତୀୟ ଜନ୍ମବାର୍ଷିକ ମାର୍ଚ୍ଚ ୨୨ତାରିଖ ପୁର୍ବରୁ ଏହି ଇଞ୍ଜେକସନ ନେବା ନିହାତୀ ଜରୁରୀ । ଏଣୁ ରାଜ୍ୟର ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ରାଜବୀରର ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ