ବୁଲିଲା କଂଗ୍ରେସ ଦଳର ପ୍ରଚାର ରଥ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ ନଂ ଜୋନ୍ ଜିଲ୍ଲା ପରିଷଦ ଉପନିର୍ବାଚନ ନିମନ୍ତେ ମଙ୍ଗଳବାର କଂଗ୍ରେସ ଦଳର ପ୍ରଚାର ରଥ ସୁନ୍ଦରପୁର ଗ୍ରାମଠାରୁ ଶୁଭାରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ଭାଗିରଥି ବେହେରା, ଶ୍ରମିକ ନେତା ଜି.ଏରେୟା ଓ ଭୋକାଲି ସେଠୀ, ସରୋପା ତ୍ରିପାଠୀ, ସୁଦାମ ପୁରୋହିତ, ପୂର୍ବତନ ସରପଂଚ ଟି.କ୍ରିଷ୍ଣା ରେଡ୍ଡିଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ କର୍ମୀମାନେ ସାମିଲ ରହି କଂଗ୍ରେସ ଦଳର ପ୍ରାର୍ଥୀ ରବୀନ୍ଦ୍ର କୁମାର ସେଠୀଙ୍କୁ ବିପୁଳ ଭୋଟରେ ବିଜୟ କରିବା ନିମନ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ । ଏହି ପ୍ରଚାର ରଥ ସହ ଦଳୀୟ ନେତାମାନେ ଜୋନର ବିଭିନ୍ନ ଗାଁକୁ ଗାଁ ଯାଇ ଦଳୀୟ ପ୍ରାର୍ଥୀ ନିମନ୍ତେ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ