ବୁଲିଲା କମ୍ପ୍ୟୁଟର ପାଠ୍ୟକ୍ରମ ସଚେତନତା ରଥ

ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା): କୁଳିଅଣା ବ୍ଲକ ଅନ୍ତର୍ଗତ କୁଚେଇ ସ୍ଥିତ ମୟୂର ଟେକ୍ ଏକାଡେମୀ ଆନୁକୁଲ୍ୟରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ଜ୍ଞାନର ବିକାଶ ପାଇଁ ଏକ ସଚେତନତା ରଥ ଉଦଘାଟିତ ହୋଇଯାଇଛି l ଏହି ରଥ କୁ ଫିତାକଟି ସାମ୍ବାଦିକ ଗୋପୀନାଥ ବେହେରା ଶୁଭାରମ୍ଭ କରିଥିଲେ lଓଡ଼ିଶା ନଲେଜ୍ କମ୍ପ୍ୟୁଟର ଲିମିଟେଡ଼ ସହିତ ବନ୍ଧିତ ବିଭିନ୍ନ ପାଠ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ତାମିଲ ଦିଆଯାଉଥିବା ସମ୍ପର୍କ ରେ ଅନୁଷ୍ଠାନ ର ନିର୍ଦ୍ଦେଶକ ଯୁଧିଷ୍ଠିର ବେହେରା ସୂଚନା ଦେବା ସହିତ ଓଡ଼ିଆ ମୁକ୍ତ ବିଶ୍ଵ ବିଦ୍ୟାଳୟ ପକ୍ଷରୁ ପରୀକ୍ଷା ମଧ୍ୟ ହେଇଥିବା କଥା ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି l ଏହି ରଥ ଟି କୁଳିଅଣା ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିଥିଲା l କାର୍ଯକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ସହ ସମାଜସେବୀ ମାନସ ରଞ୍ଜନ ଚୌଦୁରୀ ଓ ବହୁ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ