ବୁଲିଲା ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି
ବନ୍ତ, (ଚାନ୍ଦିନୀ ମହାନ୍ତି):ଗ୍ରାମାଞ୍ଚଳର ଗୃହପାଳିତ ପଶୁ ମାନଙ୍କ ଟିକାକରଣ ଲକ୍ଷ୍ୟରେ ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକକୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଗାଡ଼ି ଯୋଗାଇ ଦେଇଛନ୍ତି । ଏହି ଅବସରରେ ବନ୍ତ ବ୍ଲକ ଆଗରପଡ଼ା ପ୍ରାଣୀ ଚିକିତ୍ସାଳୟ ଅଧିନ ପାହାଡ଼ପୁର ଗ୍ରାମରେ ୪୦ ଛେଳି ଓ ୨୦ ଗୋରୁଗାଈଙ୍କୁ ଟିକାକରଣ କରାଯାଇଛି । ଟିକାକରଣ କାର୍ଯ୍ୟରେ କର୍ମଚାରୀ ରଞ୍ଜନ ସାହୁ, କାଦବରାଙ୍ଗ ପ୍ରାଣୀ ସହାୟକ ରାଜେଶ ବିଶ୍ୱାଳ, ରମେଶ ଚନ୍ଦ୍ର ବାରିକ, ଶଶୀକାନ୍ତ ସେଠୀ ସାମିଲ ଥିଲେ । ଅପରପକ୍ଷେ ଉକ୍ତ ଭ୍ରାମ୍ୟମାଣ ଗାଡ଼ିରେ କୌଣସି ପ୍ରାଣୀ ଚିକିତ୍ସାଧିକାରୀ କିମ୍ବା ସହକାରୀ ପ୍ରାଣୀ ଚିକିତ୍ସାଧିକାରୀ ନରହିବା ନେଇ ଅସନ୍ତୋଷ ଦେଖା ଦେଇଛି । ଏସମ୍ପର୍କରେ ବନ୍ତ ପ୍ରାଣୀ ଚିକିତ୍ସାଧିକାରୀ ଯୋଗମାୟା ସିଂଙ୍କୁ ପଚାରିବାରୁ ମୋବାଇଲ୍ ଭ୍ୟାନ୍ ୟୁନିଟ୍ର ମୁଖ୍ୟ ଟ୍ରେନିଂରେ ଥିବାରୁ ତାଙ୍କୁ ସଦର ମହକୁମାରେ ରହିବାକୁ ପଡ଼ୁଛି । ଫଳରେ ଭ୍ରାମ୍ୟମାଣ ଗାଡ଼ିରେ କୌଣସି ଚିକିତ୍ସାଧିକାରୀ ଯାଇ ପାରି ନ ଥିବା କହିଥିଲେ ।


