‘ବୁଲ୍ବୁଲ୍’ ପାଇଁ ଘୁଞ୍ଚିଲା +୨ ଫର୍ମ ପୂରଣ ବିନା ଜରିମାନାରେ ୧୬ ତାରିଖ ଶେଷ ଦିବସ

ଭୁବନେଶ୍ୱର : ‘ବୁଲ୍ବୁଲ୍’ ବାତ୍ୟା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ +୨ ଫର୍ମ ପୂରଣ ର ଶେଷ ଦିବସକୁ ଘୁଞ୍ଚାଇ ଦେଇଛନ୍ତି । ବିନା ଜୋରିମାନାରେ ୧୬ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରିହେବ । ସେହିପରି ୫୦ ଟଙ୍କା ଜୋରିମାନା ଦେଇ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ, ୩୫୦ ଟଙ୍କା ଜୋରିମାନାରେ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ କରାଯାଇପାରିବ ବୋଲି ପରିଷଦର ପରୀକ୍ଷା ନିୟନ୍ତ୍ରକ ଡ.ବିଜୟ କୁମାର ସାହୁ କହିଛନ୍ତି ।
ଅପରପକ୍ଷେ ‘ବୁଲ୍ବୁଲ୍’ ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ଜିଲ୍ଲାପାଳମାନେ ଆଡଭାଇଜରି ଜାରି କରିଛନ୍ତି । ସ୍କୁଲଗୁଡ଼ିକ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ କର୍ମଚାରୀମାନେ ଉପସ୍ଥିତ ରହିବେ । ଉଭୟ ୯ ଓ ୧୦ ତାରିଖରେ ଉପସ୍ଥିତ ରହିବେ ବୋଲି ଜିଲ୍ଲାପାଳମାନେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଡଭାଇଜରି ବ୍ଲକ ଶିକ୍ଷାଧିକାରୀ ଶିକ୍ଷକ ଓ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଜାରି କରାଯାଇଛି । ବିଶେଷ କରି ସ୍କୁଲ ଗୁଡ଼ିକରେ ଶିକ୍ଷକ ଓ କର୍ମଚାରୀମାନେ ନିଜ ଶିକ୍ଷାନୁଷ୍ଠାନର ଚାବି କାଠି ସହ ପ୍ରସ୍ତୁତ ହୋଇ ରହିବେ । ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ କ୍ଷତିଗ୍ରସ୍ତ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ସ୍କୁଲଗୁଡ଼ିକ ଖୋଲା ରଖିବେ । ସ୍କୁଲଗୁଡ଼ିକରେ ଥିବା ଶୌଚାଳୟ ତଥା ପାନୀୟ ଜଳ ବ୍ୟବସ୍ଥା ବାବଦରେ ପୂର୍ବରୁ ପ୍ରସ୍ତୁତ ହେବାକୁ କୁହାଯାଇଛି । ଯାହା ଆଶ୍ରୟ ନେଇଥିବା ଲୋକଙ୍କୁ ବ୍ୟବହାର କରିବାକୁ ଦିଆଯିବ ବୋଲି ଖୋର୍ଦ୍ଧା ସମେତ ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳମାନେ ନିର୍ଦ୍ଦେଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ