ବୁଷ୍ଟର ଡୋଜ ବା ପ୍ରୋଟେକଟିଭ ଡୋଜ ଟୀକା କରଣ ଆରମ୍ଭ
କରଞ୍ଜିଆ, (ଯୁଗାବ୍ଦ ନ୍ୟୁଜ) :ମୟୁରଭଞ୍ଜ ଜିଲ୍ଲା ପାଞ୍ଚପିଢ଼ ଉପଖଣ୍ଡ ଚିକିତ୍ସାଳୟ ଠାରେ କେନ୍ଦ୍ର ସରକାର ଙ୍କ କୋଭିଡ ର ତୃତୀୟ ଲହରୀ ଓ ଅମିକ୍ରନ ସଂକ୍ରମଣ କୁ ଦୃଷ୍ଟିରେ ରଖି କରିଥିବା ଘୋଷଣା ଅନୁଯାୟୀ ବୁଷ୍ଟର ଡୋଜ ବା ପ୍ରୋଟେକଟିଭ ଡୋଜ ଟୀକା କରଣ ଆରମ୍ଭ ହୋଇଛି । ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡକ୍ଟର ଅକ୍ଷୟ ରଥ, ଡାକ୍ତରଖାନା ପରିଚାଳକ ଆଲୋକ ଗୋଛାୟତ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ବୁଷ୍ଟର ଡୋଜ ବା ପ୍ରୋଟେକଟିଭ ଡୋଜ ଟୀକା କରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ, ବିଭିନ୍ନ ରୋଗରେ ପୀଡିତ, ୬0 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି, କରନା ଯୋଧ୍ୟା ଙ୍କୁ ଏହି ଟୀକା ଦିଆଯିବାର ବ୍ୟବସ୍ଥା ହୋଇଛି । କୋଭିଡ ନିୟମାବଳୀ କୁ ପାଳନ ପୂର୍ବକ ଏହି ଟୀକାଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସେହି ମାନଙ୍କୁ ଅଗ୍ରାଧିକାର ଦେଇ ଏହି ଡୋଜ ଦିଆଯିବ। ଆଶା କରାଯାଉଛି ଡବଲ ଡୋଜ ପରେ ବୁଷ୍ଟର ଡୋଜ ଫଳପ୍ରଦ ହେବ । ଚିକିତ୍ସାଳୟ ର ଷ୍ଟାଫ ନର୍ସ ତୃପ୍ତି ମୟୀ ବେହେରା, ଗୋଲାପୀ ମହାନ୍ତି ଟିକା ଦାନ କରିଥିଲେ ।


