ବୃକ୍ଷରୋପଣ ନିମନ୍ତେ ଜିଲ୍ଲା ପରିଷଦ ଭବନରେ ସମ୍ମିଳନୀ ବୈଠକ
ଛତ୍ରପୁର (ଯୁଗାଦ୍ଦ ନ୍ୟୁଜ):ସାମୁଦ୍ରିକ ଝଡ଼ ଫନୀ ବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ବହୁ ଗଛ ଉପୁଡି ଯାଇ କ୍ଷତିଗ୍ରସ୍ତ ହୋଇଯାଇଛି । ତେଣୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବୃକ୍ଷରୋପଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ଛତ୍ରପୁର ସ୍ଥିତ ଜିଲ୍ଲାପରିଷଦ ଭବନ ସମ୍ମିଳନୀ ଗୃହରେ ଡିଆରଡିଏ ଏପିଡ଼ି ଦେବବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । କିଭଳି ଏମଜିଏନଆରଇଜିଏସରେ ଚାରା ରୋପଣ ପାଇଁ ରଖାଯିବାକୁ ଥିବା ଲକ୍ଷ୍ୟ ପୂରଣ ହେବ ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କେଉଁ ସ୍ଥାନରେ ଚାରା ରୋପଣ କରାଯିବ ସେ ଉପରେ ଥିବା ଗାଇଡଲାଇନ ଉପରେ ଆଲୋଚନା କରାଯାଇଥିଲା । ଔଷଧୀୟ ଚାରା ରୋପଣ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା । ଏମଜିଏନଆରଇଜିଏସରେ ବିଭିନ୍ନ ପ୍ରକଳ୍ପ ପାଇଁ ପ୍ରସ୍ତୁତ ହେଉଥିବା ଏଷ୍ଟିମେଣ୍ଟ ସମ୍ପର୍କରେ ମଧ୍ୟ ତାଲିମ ଦିଆଯାଇଥିଲା । ଏହି ବୈଠକରେ ଓଏସଡିପି ସୁରିବାବୁ ପାତ୍ରଙ୍କ ସମେତ ସମସ୍ତ ବକ୍ଲର ଅତିରିକ୍ତ ପ୍ରକଳ୍ପ ଅଧିକାରୀ, ଯନ୍ତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।