ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ବୋଡକ ପାଟଣା ସ୍କୁଲ ପଡିଆରେ ବୃକ୍ଷରୋପଣ ଓ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜ କିଶୋର ରାଉତଙ୍କ ଜନ୍ମ ଦିବସ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କଦମ୍ବ, ଲିମ୍ବ, ଲେମ୍ବୁ, ପିଜୁଳି ଆଦି ବିଭିନ୍ନ ପ୍ରକାରର ଗଛ ଲଗାଯିବା ସହ ଲୋକ ମାନଙ୍କୁ ସଚେତନ କରାଯାଇଥିଲା । ଏଥିରେ ରାଜ କିଶୋର ରାଉତ, ଶିବ ସୁନ୍ଦର ସେଠୀ, ଦୀପକ ରାଉତ, ଅନିଲ ଜେନା, ସଂଜୟ ସାହୁ, ଭଗବାନ ପାତ୍ର ସାମିଲ ଥିଲେ ।