ବୃକ୍ଷରୋପଣ କଲେ ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବିଜ୍ଞାପିତ ପରିଷଦ ତରଫରୁ କୋଭିଡ 19 ବା କରୋନା ଯୋଗୁଁ ବର୍ତ୍ତମାନ ବହୁ ସଂଖ୍ୟାରେ ଲୋକେ କାମ ପାଇପାରୁନାହାନ୍ତି ଏବଂ ବହୁତ ଦୁଃଖ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି l ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ଆତ୍ମନିର୍ଭରଶିଳ କରିବାପାଇଁ ଭଞ୍ଜନଗର ଭେଜିପୁଟ ଖ୍ରୀଷ୍ଟିଆନ ସାହିର ପୁରୁଣା ପୋଖରୀ ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l ସେଠାରେ ମା ବିରଜା ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବୃକ୍ଷରୋପଣ କରିଥିଲେ l ତାପରେ ପାତ୍ର କଲୋନୀ ରେ ଥିବା ଗାୟତ୍ରୀ ମନ୍ଦିର ନିକଟରେ ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ବୃକ୍ଷରୋପଣ କରିଥିଲେ ଏବଂ ଏଥିରେ ଭଞ୍ଜନଗର ଏନ୍ଏସି ଓ ଚିନ୍ମୟ ଆଚାର୍ଯ୍ୟ, ସିଓ ଅଞ୍ଜଳି ପଣ୍ଡା ଏବଂ ଦିଲୀପ ସ୍ୱାଇଁ ପରିଚାଳନା କରିଥିଲେ l ଏହା ସହିତ ସ୍ୱଚ୍ଛସାଥୀ ଗୀତାଞ୍ଜଳି ତ୍ରିପାଠୀ, ସୁପରଭାଇଜର ରୋଜାଲିନ ଜେନା ସହଯୋଗ କରିବା ସହ ବନ ବିଭାଗର ଏସିଏଫ ଏମ . ମୋତିଲାଲ ଓ ଶୂଳପାଣି ଶତପଥି ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ଶେଷରେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ l ପରିଶେଷ ରେ ଶ୍ରୀ ଆଚାର୍ଯ୍ୟ ସମସ୍ତ ଙ୍କୁ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମ କୁ ସମାପନ କରିଥିଲେ l ଉକ୍ତ ଚାରାରୋପଣ ପଥପ୍ରାନ୍ତ ସଭା କାର୍ଯ୍ୟକ୍ରମ ସହିତ ଚଳିତ ମାସରେ ବନ ବିଭାଗ ର ଏ ସି ଏଫ, ଏନ୍ଏସି ଓ ନିଜ ନିଜର ଭଞ୍ଜନଗର କାର୍ଯ୍ୟାଳୟରେ ନୂତନ ଭାବେ ଯୋଗଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ