ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମାଧବ ପଂଚାୟତ ତେଲିପାଟଣା ମା ବେଲେଶ୍ୱରୀ ପୀଠ ପରିସର ରେ ସ୍ବେଛାସେବୀ ସଂଗଠନ ନିରାଶ୍ରୟ ସେବାଶ୍ରମ ଓ ମା ବେଲେଶ୍ୱରୀ ଯୁବକ ସଂଘ ର ମିଳିତ ଆନୁକୂଲ୍ୟରେ ମେଘା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି।ସାରା ରାଜ୍ୟରେ ଗଛ ର ଅଭାବ ଯୋଗୁଁ ପ୍ରବଳ ଖରା ହେବା ସହ ଅମ୍ଳଜାନ ଅଭାବ ଦେଖାଦେଉଥିବାରୁ ଏହି ସବୁ ସମସ୍ୟା ରୁ ରକ୍ଷାପାଇବା ପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବା ଜରୁରୀ ବୋଲି ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ନିଆଳି ପଂଚାୟତ ସମିତି ଅଧକ୍ଷ ଉମେଶ ଚନ୍ଦ୍ର ସ୍ୱାଇଁ ପ୍ରକାଶ କରିଥିଲେ। ତାଙ୍କ ସହିତ ଆଦିତ୍ୟ କୁମାର ପାଣି, ବିଷ୍ଣୁପ୍ରସାଦ ଦାସ , ନିରାଶ୍ରୟ ସେବାଶ୍ରମ ସଂଗଠନ ର ସଭାପତି ମାନସ ରଞ୍ଜନ ପାଢ଼ୀ, ସଂପାଦକ ସୁବାସ ଚନ୍ଦ୍ର ସାହୁ, ଉପ ସଭାପତି ଜୟକୃଷ୍ଣ ସାହୁ, ତ୍ରିନାଥ ବେହେରା, ପ୍ରମୋଦ କୁମାର ସାହୁ, ସତ୍ୟଭୂଷଣ ନାୟକ, ବୈରାଗୀ ସାହୁ, ଲକ୍ଷ୍ମୀଧର ବେହେରା, କବିନ୍ଦ୍ର ନାୟକ ଓ ମା ବେଲେଶ୍ୱରୀ ଯୁବକ ସଂଘ ର ସଭାପତି ଦିଲ୍ଲୀପ କୁମାର ପୃଷ୍ଟି,ନବୀନା ସାହୁ, ବାପି ସାହୁ, ଉପେନ୍ଦ୍ର କୁମାର ସାହୁ ପ୍ରଫୁଲ୍ଲ କୁମାର ସାହୁ, ମଙ୍ଗୁଳି ବେହେରା ,ଦିଜବର ସାହୁ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଏହି ଅବସର ରେ କଦମ୍ବ ,ଆମ୍ବ ,ପେସ୍ତାବାଦାମ ,ପଣସ ,ଜାମୁ, ଅଁଳା, ବେଲ, ନାଗଚମ୍ପା, ପିଜୁଳି, ଆତ,ଆଦି ଶତାଧିକ ଚାରା ରୋପଣ କରାଯାଇଥିଲା ।ମାଧବ ପଞ୍ଚାୟତରେ ନିରାଶ୍ରୟ ସେବାଶ୍ରମ ଓ ମା ବେଲେଶ୍ୱରୀ ଯୁବକ ସଙ୍ଘ ର ଏହି କାର୍ଯ୍ୟ କୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ