ବୃକ୍ଷରୋପଣ ପାଇଁ ଅଣ୍ଟା ଭିଡ଼ିଲେ ସ୍ୱୟଂ ସହାୟକ ଗୋଷ୍ଠୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମୁଦ୍ରିକ ବାତ୍ୟା ‘ଫନି’ ଉଜାଡ଼ି ଦେଇଛି ସ୍ମାର୍ଟ ନଗରୀ ଭୁବନେଶ୍ୱରର ଅନେକ ବିଶାଳକାୟ ବୃକ୍ଷ । ଗୋଟେ ଗୋଟେ ବୃକ୍ଷର ବୟସ ପାଖାପାଖି ୨୦ ବର୍ଷରୁ ଊଦ୍ଧ୍ୱର୍ ହେବ । ଚାରିଆଡ଼େ ଚାହିଁଲେ ଖାଁ ଖାଁ ଲାଗୁଛି । ସତେଯେପରି ଶ୍ରୀହୀନ ହୋଇପଡ଼ିଛି ରାଜଧାନୀ । ଖରାହେଲେ ଗଛଛାଇ ସ୍ୱପ୍ନ ପାଲଟି ଯାଇଛି । ସମ୍ପ୍ରତି ଦିନକୁ ଦିନ ଜଳବାୟୁର ଯେଭଳି ପରିବର୍ତ୍ତନ ଘଟୁଛି ତାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଛି । ଏଣୁ ବୃକ୍ଷ ରୋପଣ ହିଁ ଏକମାତ୍ର ସମାଧାନର ରାସ୍ତା । ଏହାକୁ ଉପଲବ୍ଧି କରି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ଗଢ଼ିଉଠିଥିବା ନବନିର୍ମିତ ଉକ୍ରଳିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏକାଠି ହୋଇ ବୃକ୍ଷରୋପଣ ପାଇଁ ଅଣ୍ଟାଭିଡ଼ି ଆଗେଇ ଆସିଛନ୍ତି । ସ୍ଥାନୀୟ ମେଳଣ ପଡ଼ିଆରେ ହରିଡ଼ା, ବାହାଡ଼ା, ନିମ୍ବ, ଅଁଳା ଆଦି ଔଷଧୀୟ ବୃକ୍ଷ ଗୋଷ୍ଠୀର ସମସ୍ତ ସଦସ୍ୟା ଏକାଠି ହୋଇ ବୃକ୍ଷ ରୋପଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ