ବୃକ୍ଷରୋପଣ ପାଇଁ ସଚେତନତା
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲାରେ ଥିବା ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡିରେ ରବିବାର ଓ ସୋମବାରରେ ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଦୁଲାଖପାଟଣାର ପ୍ରକୃତି ବନ୍ଧୁ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ କାଉଡିଆ ଶ୍ରଦ୍ଧାଳୁଙ୍କୁ ଚାହା ବଣ୍ଟନ କରାଯାଇଥିଲା । ଏଥିସହିତ ପରିବେଶ ସୁରକ୍ଷା ସଚେତନ ପାଇଁ ବିଭିନ୍ନ ନାରା ବାଜି ଦେଇଥିଲେ । ପୀଠର ବିଭିନ୍ନ ସ୍ଥାନରେ ଶୋଭାଯାତ୍ରା ଜରିଆରେ ପରିବେଶ ସଚେତନତା ପାଇଁ ବୃକ୍ଷରୋପଣ କରିବାକୁ ସ୍ବେଚ୍ଛାସେବୀ ମାନେ ଆହ୍ବାନ ଦେଇଥିଲେ । ସଭାପତି ଅଭିମନ୍ୟୁ ବୈଶାଖି ଙ୍କ ନେତୃତ୍ୱରେ ଆଶିଷ ଦାସ, ରତିକାନ୍ତ ସାହୁ, ସରୋଜ ଷଡ଼ଙ୍ଗୀ, ମନୋଜ ସେନ, ଵଟକୃଷ୍ଣ ସେଠୀ, ପ୍ରସନ୍ନଜିତ ଶତପଥୀ, ଜଗନ୍ନାଥ ଶତପଥୀ, ଦେବରାଜ ସାହୁ, ରମାକାନ୍ତ ନାଥ, ସୁଶାନ୍ତ ଦାସ, ସୁର୍ଯ୍ୟମଣି ବେହେରା, ବାସୁଦେବ ସେଠୀ, ମାନସ ସାହୁ,ଅର୍ଜୁନ ବାରିକ, ପତିତପାବନ ଧୀର,ଙ୍କ ସହ ସ୍ଥାନୀୟ ଯୁବ ନେତା ଦେବାଶିଷ ପାଢ଼ୀ, ନବଜୀବନ ଫାଉଣ୍ଡେସନ ରାଜ୍ୟ ମୁଖ୍ୟ ମାନସ ରଞ୍ଜନ ସାହୁ, ଦେବାଶିଷ ପଣ୍ଡା ପ୍ରମୁଖ ସଚେତନତା କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।


