ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ : ରାଖୀ ଏଠି ସବୁଜ ସମ୍ପର୍କର ସାକ୍ଷୀ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପରିବେଶକୁ ସରସ, ସୁନ୍ଦର ଓ ସବୁଜିମା ରଖିବା ଓ ଗଛକୁ ନ କାଟିବା ଲାଗି ବୃକ୍ଷପ୍ରେୀମାନେ ଏକ ନିଆରା ଢଙ୍ଗରେ ପବିତ୍ର ରକ୍ଷାବନ୍ଧନ ଉତ୍ସବକୁ ପାଳନ କରିଛନ୍ତି । ଭୁବନେଶ୍ୱର ପୋଖରୀପୁଟସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ଠାରେ ବୃକ୍ଷପ୍ରେମୀମାନେ ଏକତ୍ରିତ ହୋଇ ପରିବେଶ ସୁରକ୍ଷା ଅଭିଯାନକୁ ଗୁରୁତ୍ୱ ଦେଇ ବୃକ୍ଷ ବଞ୍ଚାଅ, ଜୀବନ ବଞ୍ଚାଅ, ରାଖୀ ସବୁଜ ସମମ୍ପର୍କର ସାକ୍ଷୀ ସଚେତନତାର ବଳିଷ୍ଠ ବାର୍ତ୍ତା ଦେଇ ଗଛରେ ଚନ୍ଦନ, ସିନ୍ଦୁର ଦେଇ ରାଖୀ ବାନ୍ଧିଛନ୍ତି । ସମସ୍ତେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ବୃକ୍ଷପ୍ରେମୀ ଓ ପରିବେଶବିତ୍‌ମାନେ ପରାମର୍ଶ ଦେଇଛନ୍ତି । ରକ୍ଷାବନ୍ଧନ ଭଉଣୀ-ଭାଇଙ୍କ ମଧ୍ୟରେ ଥିବା ଅତୁଟ ସମ୍ପର୍କକୁ ସୂଚାଇଥାଏ । ସେହିପରି ପୃଥିବୀ ଅଥବା ଜୀବଜଗତ ତିଷ୍ଠି ରହିବା ପଛରେ ବୃକ୍ଷର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପରିବେଶ ସୁରକ୍ଷିତ ରହିଲେ ପୃଥିବୀ ସୁରକ୍ଷିତ ରହିବ । ପୃଥିବୀ ଏବଂ ବୃକ୍ଷ ମଧ୍ୟରେ ଅତୁଟ ସମ୍ପର୍କ ଯେତେ ସୁଦୃଢ ହେବ ଏହା ମାନବ ସମାଜ ପାଇଁ ଶୁଭଙ୍କର ହେବ ବୋଲି ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ମତପୋଷଣ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ତଥା ବୃକ୍ଷପ୍ରେମୀ ତ୍ରିଲୋଚନ ବେଉରା, ନାରାୟଣଚନ୍ଦ୍ର ପ୍ରଧାନ, ପ୍ରିୟବ୍ରତ ପଣ୍ଡା, ଚିତ୍ରଶିଳ୍ପୀ ଅନସୂୟା ସାହୁ, କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ଏବଂ ସରସ୍ୱତୀ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ