ବୃକ୍ଷ ରୋପଣ,ମୂର୍ତ୍ତିକା ସଂରକ୍ଷଣ ପାଠଚକ୍ର ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ନିମାପଡା ବ୍ଲକ ଚାରିଛକ ସ୍ଥିତ ବହୁ ପୁରାତନ ମହର୍ଷି ମାୟାଧର ଏକାନ୍ତ ଆଶ୍ରମରେ କବିରାଜ କୁଳମଣି ସାହୁ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏକ ମୂର୍ତ୍ତିକା ସଂରକ୍ଷଣ ପାଠ ଚକ୍ର , ବୃକ୍ଷ ରୋପଣ ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବର୍ତ୍ତମାନ ସାରା ଦେଶରେ ଗଛର ଅଭାବ ଯୋଗୁଁ ମୂର୍ତ୍ତିକା କ୍ଷୟ ହେବାକୁ ଲାଗିଛି ଯାହା ର ଉଦାହରଣ କୋଣାର୍କ ର ଚନ୍ଦ୍ରଭାଗା ସମୁଦ୍ର କୁଳ ଖାଇବାକୁ ଲାଗିଛି ।ଏହି ସମସ୍ୟା କୁ ନଜର ରେ ରଖି ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଟ୍ରଷ୍ଟ ସଭାପତି ଡଃ . କେଦାର ନାଥ ସାହୁ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ର ଅଵସର ପ୍ରାପ୍ତ ଅଧ୍ୟକ୍ଷ ଗୋପୀନାଥ କର ,ଅବସରପ୍ରାପ୍ତ ସୈନିକ ନିରଞ୍ଜନ ସାହୁ , ଆଶ୍ରମର ପୂଜକ ନନ୍ଦ ବାବା , ନିରଞ୍ଜନ ଦାଶ , ଚାରିଛକ ପ୍ରେସ କ୍ଲବର ସଂମ୍ପାଦକ ବସନ୍ତ କୁମାର ଦାଶ , ସାମ୍ୱାଦିକ ବସନ୍ତ ମଲ୍ଲ , ଯୁବ ଛାତ୍ର ଆକାଶ ରଞ୍ଜନ ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି କାର୍ଯ୍ୟ କୁ ବିଭିନ୍ନ ମହଲ ରେ ପ୍ରଶଂସା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ