ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ନିମାପଡା, (ସନ୍ତୋଷ ଦାଶ):ଆଜି ପୁରୀ ଜିଲ୍ଲା ପରିଷଦ ୧୪ନଂ ଜୋନ ସୋରଭା ପଂଚାୟତ ର ଓଟାଙ୍ଗ ଗ୍ରାମରେ ମହାବୀର ମଲ୍ଟି ଜିମ, ଓଟାଙ୍ଗ ଗ୍ରାମବାସୀ ଏବଂ ଓଡିଶା ମୋ ପରିବାର ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ କୁ ଇ.ଅକ୍ଷୟ କୁମାର ସ୍ୱାଇଁ ଆୟୋଜନ କରିଥିଲେ।ଏହାକୁ ତାଙ୍କର ସ୍ୱର୍ଗତ ପିତା ମାଧବାନନ୍ଦ ସ୍ୱାଇଁ ଙ୍କ ସ୍ମୃତି ରେ ମାଧବ ନଡ଼ିଆ ବଗିଚା ନାମରେ ଉଦଘାଟନ କରାଯାଇଥିଲା। ଅତିଥି ଭାବେ କ୍ରୀଡା , ଯୁବ ବ୍ୟାପାର ଏବଂ ଗୃହ ରାଷ୍ଟ୍ର ମନ୍ତ୍ରୀ ଇ.ତୁଷାର କାନ୍ତି ବେହେରା,ଯୁବନେତା ଇ. ଅକ୍ଷୟ କୁମାର ସ୍ଵାଇଁ,ପୂର୍ବତନ ଜ଼ିଲ୍ଲାପରିଷଦ ସଭ୍ୟ ଜ୍ୟୋତି ରଞ୍ଜନ ନାୟକ , ନୟାହାଟ ଫାଣ୍ଡି ଅଧିକାରୀ ବାବୁଲି ପ୍ରଧାନ, ବଉଲାଙ୍ଗ ସରପଞ୍ଚ ନରେନ୍ଦ୍ର ଦଳେଇ, ଜ୍ଞାନେନ୍ଦ୍ର ସ୍ୱାଇଁ, ଗ୍ରାମ ସଭାପତି ବାବୁଲି ରାଉତ, ସମ୍ପାଦକ କୁନାଲ ପାତ୍ର,ରଶ୍ମି ରଞ୍ଜନ ବିଶ୍ୱାଳ, ଆଲୋକ ସାହୁ,ରାଣା ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ଶେଷରେ ଜିମ ର ମୁଖ୍ୟ ଲଷ୍ମୀପ୍ରିୟା ସାହୁ ସମସ୍ତ ଅତିଥି ଏବଂ ଗ୍ରାମବାସୀ ଙ୍କୁ ଧନ୍ୟବାଦ ଦେଇଥିଲେ।ପୁଷ୍ପ ଲତା ସ୍ୱାଇଁ ଉତ୍ସବ କୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ