ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଭଗିବିନ୍ଧା ସରକାରୀ ଉଂପ୍ରା ବିଦ୍ୟାଳୟ ଠାରେ ସାଧନ କେନ୍ଦ୍ର ସ୍ତରୀୟ ବୃତ୍ତିଗତ ଗୋଷ୍ଠୀ ଗଠିତ ହୋଇଯାଇଛି । ପ୍ରଧାନଶିକ୍ଷକ ସରୋଜ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମରେ ସହଶିକ୍ଷାଧିକାରୀ ପୁୁଷୋତ୍ତମ ଧଳ, ଶିକ୍ଷକ ଖଗେଶ୍ୱର ସୂତାର,ସୌମିତ୍ରୀ ଦାସ, ପ୍ରଶାନ୍ତ କୁମାର ଜେନା, ଭାଗବତ ରାଉତ ପ୍ରମୁଖ ଉପସ୍ଥିତ ରହି ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଶିକ୍ଷକ ବଟକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ଭାବେ ଚିଙ୍ଗିଡିପୁର ସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ଠାରେ ବିଣ୍ଣୁପୁର କ୍ଲଷ୍ଟର ସ୍ତରୀୟ ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି ।


