ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ମହୁରା କ୍ଲଷ୍ଟର ପକ୍ଷରୁ ରାଜେନ୍ଦ୍ରପୁର ସରକାରୀ ଉ.ପ୍ରା ବିଦ୍ୟାଳୟ ଠାରେ ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ଗଠନ ପ୍ରଧାନଶିକ୍ଷକ ପ୍ରସନ୍ନ ମହାକୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଗରପଡା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ପ୍ରଶିକ୍ଷକ ସୁଶାନ୍ତ କୁମାର ନାୟକ, ଏବିଓ ପରୁଷୋତ୍ତମ ଧଳ, ପ୍ରଦୀପ ମହାକୁଡ, ମନୋରଞ୍ଜନ ନାୟକ, କାଳନ୍ଦୀ ବେହେରା, ସବିତା ଜେନା, ସଶ୍ମିତା ମହାନ୍ତି, ପ୍ରଣତି ରାଉତ ପ୍ରମୁଖ ଯୋଗଦେଇ ବୃତ୍ତିଗତ ଶିକ୍ଷଣ ଗୋଷ୍ଠୀ ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ସୁନିଲ ନାୟକ ଅତିଥିପରିଚୟ,କମଳାକାନ୍ତ ଜେନା ଆଭିମୂଖ୍ୟ ପ୍ରଦାନ ଓ ଧର୍ମେନ୍ଦ୍ର ସ୍ୱାଇଁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ