ବୃତ୍ତିଗତ ସମାସ୍ୟା ସହ କୋଣାର୍କର ବହୁବିଧ ସମାସ୍ୟା ସମ୍ପର୍କରେ ଆଲୋଚନା ଚକ୍ର
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ଗୁରୁବାର ଅପରାହ୍ନରେ ଚନ୍ଦ୍ରଭାଗା ଠାରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ଅଧାକ୍ଷତାରେ କୋଣାର୍କର ସମସ୍ତ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ସାମ୍ବାଦିକ ମାନଙ୍କର ଥିବା ବିଭିନ୍ନ ବୃତ୍ତିଗତ ସମାସ୍ୟା ସମ୍ପରେ ଏହି ବୈଠକରେ ଆଲୋଚନା କରାଯିବା ସହ ବାରମ୍ବାର ଦାବି ଓ ବିଧାନସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା ସତ୍ତ୍ୱେ ସରକାର ସାମ୍ବାଦିକ ସୁରକ୍ଷା ଆଇନ , ଅବସରପ୍ରାପ୍ତ ସାମ୍ବାଦିକଙ୍କ ପାଇଁ ପେନସନ ଘୋଷଣା , ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବାପା ମା ଙ୍କୁ ସାମିଲ କରିବା , ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ଆଦି ବିଭିନ୍ନ ଦାବି ପୁରଣ କରିବାରେ ସରକାରଙ୍କ ଟାଳଟୁଳ ନୀତିକୁ ଏହି ବୈଠକରେ ନିନ୍ଦା କରାଯିବା ସହ ସରକାର ନିର୍ବାଚନ ଆଚରଣ ବିଧି ଲାଗୁ ପୂର୍ବରୁ ସାମ୍ବାଦିକଙ୍କ ବିଭିନ୍ନ ଦାବି ପୂରଣ କରିବା ପୁନଃ ଦାବି କରାଯାଇଥିଲା । ଏଥିସହ କୋଣାର୍କର ଜମିଜମା ସମାସ୍ୟା , ସରକାରୀ ଜମି ଜବରଦଖଲ ସମାସ୍ୟା , କୋଣାର୍କ ପାରିପାର୍ଶ୍ୱକ ବିକାଶ କାର୍ଯ୍ୟ ଠପ ପଡିବା ଘଟଣା , ସୂର୍ଯ୍ୟମନ୍ଦିର ପ୍ରବେଶ ଓ ପ୍ରସ୍ଥାନରେ ପାର୍ଯ୍ୟଟକ ମାନଙ୍କ ପାଇଁ ହେଉଥିବା ଅସୁବିଧା ,ସହ କୋଣାର୍କ ଭଳି ଏକ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀରେ ପ୍ରଶାସନିକ ଅବ୍ୟବସ୍ଥା ଓ ଆସନ୍ନ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ପରିସ୍ଥିତି ସମ୍ପର୍କରେ ଆଲୋଚନା ଅନୁଷ୍ଠିତ ହେବା ସହ ସାଧାରଣ ଲୋକଙ୍କ ସ୍ୱରକୁ ଆଗାମୀ ଦିନରେ ଦୃଢଭାବେ ଉପସ୍ଥାପନା ପାଇଁ ଏହି ବୈଠକରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ମାନେ ସଂକଳ୍ପ ନେଇଥିଲେ । ଏହି ବୈଠକରେ ଉପସ୍ଥିତ ରହିଥିଲେ ।