ବୃଦ୍ଧଙ୍କୁୁ ମାଡ଼ ମାରି ଯୁବକ ଗଲା ଜେଲ୍

ପୁରୀ(ଯୁଗାଦ୍ଧ ନ୍ୟୁଜ): ଗତକାଲି ଜଣେ ବୃଦ୍ଧଙ୍କୁ ମାଡ଼ ମାରିବା ଅଭିଯୋଗରେ କୁମ୍ଭାରପଡା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଜଣକ ହେଲା ନିର୍ମାଣ ଲେନ୍ର ସୁଦର୍ଶନ ସାହୁ । ସୂଚନାନୁଯାୟୀ, ଗତକାଲି ବୃଦ୍ଧ ଲକ୍ଷ୍ମଣ ବରାଳ ବଡଶଙ୍ଖ ପରିବା ମାକେର୍ଟରେ ପରିବା କିଣୁଥିଲା ବେଳେ ତାଙ୍କଠାରେ ସୁଦର୍ଶନ ଜାଣିଶୁଣି ଗାଡି ମାଡ଼ କରିଥିଲା । ବୃଦ୍ଧଜଣକ ଏହାକୁ ପ୍ରତିବାଦ କରିବାରୁ ତାଙ୍କୁ ସୁଦର୍ଶନ ମାଡ଼ ମାରିଥିଲା । ଏନେଇ ଲକ୍ଷ୍ମଣ ଥାନାରେ ଅଭିଯୋଗ କଲା ପରେ ପୁଲିସ ଶନିବାର ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ