ବୃଦ୍ଧଙ୍କୁ କେବେ ମିଳିବ ଭତ୍ତା

ବନ୍ତ : ସରକାରୀ ନୀତି ନିୟମକୁ ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ବାବୁ ମାନେ କାର୍ଯ୍ୟକାରୀ କରିବା ପରିବେର୍ତ୍ତ ଫୁ କରିବାରେ ଲାଗିଛନ୍ତି । ସରକାରୀ ଯୋଜନାକୁ ନିଜ ଇଛା ମୁତାବକ କରିବାକୁ ସମସ୍ତ ଚେଷ୍ଟା ଚଳାଇଛନ୍ତି । ଫଳରେ ନୀତିନିୟମ ମଧ୍ୟରେ ଆସୁଥିବା ପ୍ରକୃତ ହିତାଧିକାରୀ ମାନେ ସରକାରୀ ଯୋଜନାରୁ ବାଦ ପଡି ନାହିଁନଥିବା କଷ୍ଟ ଭୋଗ କରୁଛନ୍ତି । ଏପରି ନଜିର ଦେଖାଯାଇଛି ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ତାଳବାଙ୍କ ଗ୍ରାମରେ । ସରକାରୀ ନିୟମ ଅନୁଯାୟୀ ଜଣେ ବୃଦ୍ଧ ବ୍ୟକ୍ତି ୬୦ ବର୍ଷ ପରେ ବାର୍ଦ୍ଧକ୍ୟ ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଏହି ଗ୍ରାମର ନନ୍ଦ କିଶୋର ବାରିକଙ୍କୁ ଏବେ ୭୨ ବର୍ଷ ଛୁଇଁଲାଣି । ତଥାପି ତାଙ୍କୁ ପ୍ରଶାସନ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉନାହିଁ । ବହୁବାର ସେ ପଞ୍ଚାୟତ ଠାରୁ ବ୍ଳକ ପର୍ଯ୍ୟନ୍ତ ଭତ୍ତା ଫର୍ମ ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି । ବିଭିନ୍ନ ସମୟରେ ତାଙ୍କୁ ଟାର୍ଗେଟ ଆସିନାହିଁ କହି ବୁଝାଇ ଦିଆଯାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସରେ ସେ ଭତ୍ତା ପାଇଁ ଆବେଦନ କରିଥିବା ବେଳେ ତାଙ୍କୁ ଆଜିକାଲି ହୋଇଯିବ ବୋଲି କୁହାଯାଉଛି । ତେବେ ସରକାରଙ୍କ ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ଏହି ଯୋଜନା କାହା ସ୍ୱାର୍ଥରେ ବୋଲି ସେ କ୍ଷୋଭର ସହ କହିଛନ୍ତି । ରାଜ୍ୟ ସରକାର ତଥା ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ