ବୃଦ୍ଧଙ୍କୁ ନିର୍ମମ ହତ୍ୟା
ନବରଙ୍ଗପୁର,(ୱାଇଏନଏସ):ମହୁଲ ଗଛ ଜଗିଥିବା ଜଣେ ୭୦ ବର୍ଷୀୟ ବୃଦ୍ଧ ଙ୍କୁ କେହି ଜଣେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବେନୋରା ପଂଚାୟତ ଅଧୀନ କର୍ଲିବେଡା ଗ୍ରାମ ନିକଟରେ ଥିବା ଏକ ମହୁଲ ଗଛ ତଳେ ବୃଦ୍ଧ ଙ୍କ ମୃତଦେହ ମିଳିଛି । ସୂଚନା ଅନୁଯାୟୀ ନୂଆଗୁଡା ଗ୍ରାମର ୭୦ ବର୍ଷୀୟ ଲଖ୍ମଣ ଗୌଡ଼ ଓ ମୁକୁନ୍ଦ ଗୌଡ଼ ଦୁହେଁ ମହୁଲ ଗଛ ତଳେ ମହୁଲ ଫୁଲ ପାଇଁ ରାତିରେ ଜଗିଥିଲେ । କିନ୍ତୁ ସକାଳ ହେବା ପରେ ମୁକୁନ୍ଦ ଗୌଡ଼ ଲଖ୍ମଣ ଗୌଡ଼ ଙ୍କ ପରିବାର ବର୍ଗ ଙ୍କୁ ଲଖ୍ମଣ ଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରିବାର ଲୋକେ ପହଂଚିବାରୁ ଏହା ଏକ ହତ୍ୟା ବୋଲି ଅଭିଯୋଗ କରିଛନ୍ତି । ମୁକୁନ୍ଦ ଗୌଡ଼ ସବୁବେଳେ ସାଥିରେ ଏକ ଟାଙ୍ଗିଆ ଧରିଥାଏ ଏବଂ ଲଖ୍ମଣ ଗୌଡ଼ ଙ୍କ ମୁଣ୍ଡ ଓ ଅଣ୍ଟା ରେ ଏକ ଧାରୁଆ ଅସ୍ତ୍ର ରେ ଆଘାତ କରାଯାଇଥିବା ଦେଖିବାକୁ ମିଳିଛି । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ରକ୍ତ ଜୁଡୁ ବୁଡୁ ଅବସ୍ଥା ରେ ବୃଦ୍ଧ ଙ୍କ ମର ଶରୀର ରହିଥିବା ବେଳେ ପୋଲିସ ମୃତ ଦେହ ଜବତ କରିଛି । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ସନ୍ଦେହରେ ମୁକୁନ୍ଦ ଗୌଡ଼ କୁ ଥାନା ରେ ଅଟକ ରଖି ପଚରାଉଚରା କରୁଛି । ଜମି ଜମା ବିବାଦକୁ ନେଇ ବୃଦ୍ଧ ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ବୃଦ୍ଧ ଙ୍କ ସାଥିରେ ଥିବା ଯୁବକ କୁ ସନ୍ଦେହ କରୁଛନ୍ତି ପରିବାର ଲୋକେ ।