ବୃଦ୍ଧଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, ( ଯୁଗାବ୍ଦ ନ୍ୟୁଜ/ଶେଷଦେବ ସାହୁ): ହିଞ୍ଜିଳି ଥାନା ପିତଳ ଦେଶୀବେହେରା ସାହିର ଜଣେ ବୃଦ୍ଧ ମଙ୍ଗଳବାର ଭୋରରେ ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସଂପୃକ୍ତ ଗ୍ରାମର ହୃଷିକେଶ ସେନାପତି (୫୧) । ବୃଦ୍ଧ ଜଣକ ସୋମବାର ରାତିରେ ରାତ୍ରିଭୋଜନ ସାରି ଶୋଇଥିଲେ । ମଙ୍ଗଳବାର ଭୋରରୁ ଘର ବାରଣ୍ଡା ଦୁଆରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବାର ଦେଖି ବୃଦ୍ଧଙ୍କ ପୁଅ ବିନୋଦ ହିଂଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ହିଂଜିଳି ପୋଲିସ ଘଟଣା ସ୍ଥଳରେ ପଂହଚି ବୃଦ୍ଧଙ୍କ ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲେ । ଏ ନେଇ ନଂ- ୨୮/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଥିବା ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି ।