କିଟନାଶକ ଔଷଧ ସେବନ କରି ବୃଦ୍ଧଙ୍କ ଆତ୍ମହତ୍ୟା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଚାନ୍ଦୁଲି ଗ୍ରାମର ଜଣେ ବୃଦ୍ଧ ଶୁକ୍ରବାର ସକାଳେ କିଟନାଶକ ଔଷଧ ସେବନ କରି ଆତ୍ମହତ୍ୟା କରିଛନ୍ତି । ମୃତକ ଜଣକ ସଂପୃକ୍ତ ଗ୍ରାମର ସହଦେବ ଦାସ(୬୦) । ଶୁକ୍ରବାର ସକାଳେ ବୃଦ୍ଧ ଜଣକ କୌଣସି କାରଣରୁ ପରିବା ଫସଲ ସକାଶେ ସକାଶେ ଘରେ ଥିବା କିଟନାଶକ ଔଷଧ ସେବନ କରିଥିଲେ । ପରିବାର ସଦସ୍ୟ ଜାଣିପାରି ଗୁରୁତର ଅବସ୍ଥାରେ ବୃଦ୍ଦଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଚିକିତ୍ସାଧିନ ସମୟରେ ଶୁକ୍ରବାର ବିଳମ୍ବିତ ରାତିରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା । ଏ ନେଇ ବ୍ରହ୍ମପୁର ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ଶବକୁ ଜବତ କରିଥିଲା । ଶନିବାର ବ୍ୟବଛେଦ ପରେ ଶବକୁ ମୃତକଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ