ବୃଦ୍ଧଙ୍କ ଗଳାକାଟି ହତ୍ୟା
ନୟାଗଡ,(ଯୁଗାବ୍ଦ ନ୍ୟୁଜ୍):ନୟାଗଡ ଜିଲ୍ଲା କୃଷ୍ଣଚନ୍ଦ୍ରପୁର ପାଟଣାରେ ଜଣେ ବୃଦ୍ଧଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ବୃଦ୍ଧ ଜଣକ ମାୟାଧର ପୃଷ୍ଟି (୭୦ ) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ପତ୍ନୀ ବାହାରକୁ ଯାଇଥିବା ବେଳେ ମାୟାଧର ଘରେ ଏକାକି ରହିଥିଲେ । ପତ୍ନୀ ଘରକୁ ଫେରିବା ସମୟରେ ସ୍ୱାମୀଙ୍କ ରକ୍ତଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ । ଏହା ପରେ ଦଶପଲ୍ଲା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରୀ ରଖିଛି । ତେବେ କିଏ କାହିଁକି ବୃଦ୍ଧଙ୍କୁ ଗଳା କାଟି ହତ୍ୟାକଲା ତାହାର କାରଣ ଅସ୍ପଷ୍ଟ ରହିଛି ।