ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ସ୍ଥାନୀୟ ଲୁହାକାନି ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମୀପୋଷି ଗ୍ରାମର ଏକ ପୋଖରୀ ହୀଡ଼ ପାଖ ନିକଟସ୍ଥ ବିଲ ପାଖ ବୁଦା ମୂଳରୁ ଜନୈକ ବୃଦ୍ଧଙ୍କ ମୃତଦେହକୁ ବିଶୋଇ ପୋଲିସ ଦ୍ବାରା ଉଦ୍ଧାର ହୋଇଛି।ମୃତ ବୃଦ୍ଧଙ୍କ ହେଲେ ବିଶୋଇ ଥାନା ଅନ୍ତର୍ଗତ ଯୁଡ଼ିଆ ପଞ୍ଚାୟତର ଗାରଗାଡି ଗ୍ରାମର ଚମ୍ପାୟ ନାଏକ (୬୫)।ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ଥିବାବେଳେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କେଶନମ୍ଵର ୨୫ ରୁଜୁ କରି ଶବକୁ ବ୍ୟବଛେଦ ପାଇଁ ପଠାଇଛି।ସୂଚନାଥାଉକି,ଚମ୍ପାୟ ଲକ୍ଷ୍ମୀପୋଷି ଗ୍ରାମସ୍ଥିତ ନିଜ ମାମୁ ଘରକୁ ଗହ୍ମା ପୂର୍ଣିମା ଥିବାରୁ ବୁଲିବାକୁ ଆସିଥିଲେ।ରାତ୍ରି ସମୟରେ ଚମ୍ପାୟ ଗହ୍ମା ନାଚ କରିବା ପାଇଁ ନିକଟସ୍ଥ ସାହିକୁ ଯାଇ ଆଉ ଫେରିନଥିଲେ।ତେବେ ଆଜି ସକାଳୁ ସ୍ଥାନୀୟ ଗ୍ରାମର ଲୋକେ ଉକ୍ତ ଗ୍ରାମ ମୁଣ୍ଡ ପୋଖରୀ ହିଡ ଉପରେ ଥିବା ବୁଦା ମୂଳରେ ଚମ୍ପାୟଙ୍କ ମୃତଦେହ ଦେଖିବାକୁ ପାଇ ବିଶୋଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ରାଇରଙ୍ଗପୁର ଏସ.ଡି.ପି.ଓ ରତିକାନ୍ତ ଗିରି ସମେତ ବିଶୋଇ ଥାନା ଅଧିକାରୀ ଫଣିନ୍ଦ୍ର ଭୂଷଣ ନାଏକ ପୋଲିସ ଟିମ ସହିତ ଘଟଣା ସ୍ଥଳକୁ ପହଁଞ୍ଚି ଘଟଣାର ଛାନବିନ କରିଥିଲେ।ତେବେ,ପରବର୍ତ୍ତୀ ସମୟରେ ବିଶୋଇ ପୋଲିସ ଶବକୁ ଜବତ କରି ରାଇରଙ୍ଗପୁରକୁ ବ୍ୟବଛେଦ ପାଇଁ ପଠାଇ ଶବ ଵ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।