ବୃଦ୍ଧବୃଦ୍ଧାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ନିର୍ବାଚନ ମଣ୍ଡଳୀ ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କ ପଂଚାୟତରେ ବୃଦ୍ଧବୃଦ୍ଧାଙ୍କୁ ଅସାମାଜିକ ବ୍ୟକ୍ତିମାନେ ମାଡ ମାରିଥିବା ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବୃଦ୍ଧା ମିନତୀ ଦାସ ଓ ତାଙ୍କ ସ୍ୱାମୀ ବୃଦ୍ଧ ଧନେଶ୍ୱର ଦାସ ଆକ୍ରମଣ କରିଥିବାରୁ ସେମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଯେ ଗତ ଅଗଷ୍ଟମାସ ୨୦ତାରିଖ ସକାଳ ପ୍ରାୟ ୬ଟା ସମୟରେ ସେହି ଗ୍ରାମର କେତେକ ଗୁଣ୍ଡା ଶ୍ରେଣୀୟ ଲୋକ ଉଭୟ ପତିପତ୍ନୀଙ୍କୁ ତାଙ୍କ ଘରୁ ଘୋଷାଡି ନେଇ ବିଧା,ଗୋଇଠା ମାରିବା ସହିତ ଗ୍ରାମର ରାସ୍ତା କଡରେ ଥିବା ବିଦ୍ୟୁତ ଖୁଂଟରେ ବାନ୍ଧି ଦେଇଥିଲେ । ସେହିଦିନ ଅପରାହ୍ନ ପ୍ରାୟ ୫ଟା ସମୟରେ ସମ୍ପର୍କୀୟ ସୁନାକର ପରିଡା ଖବର ପାଇ ମାର୍ଶାଘାଇ ଥାନାରେ ଜଣାଇବାରେ ଥାନାରୁ ପୋଲିସ ଘଟଣା ସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ । ତାପରଦିନ ସକାଳେ ମଧ୍ୟ ସେହି ଲୋକମାନେ ଅତ୍ୟନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରିଦେବାକୁ ଉଭୟ ବୃଦ୍ଧବୃଦ୍ଧାଙ୍କୁ ଧମକ ଦେଇଥିଲେ । ଏହାପରେ ମିନତୀ ଦାସ ଏ ସମ୍ପର୍କରେ ମାର୍ଶାଘାଇ ଥାନାରେ ଗତ ଅଗଷ୍ଟମାସ ୨୨ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପୁନର୍ବାର ଗତ ସେପ୍ଟେମ୍ବରମାସ ୪ତାରିଖରେ ମିନତୀଙ୍କ ମୋବାଇଲକୁ ଫୋନକରି ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯିବା ସହ ଜୀବନରେ ମାରିଦେବାକୁ ଧମକ ଦିଆଗଲା । ଏସମ୍ପର୍କରେ ଉଭୟ ବୃଦ୍ଧ ଦମ୍ପତି ରେଜେଷ୍ଟ୍ରି ଡାକ ଯୋଗେ ମାର୍ଶାଘାଇ ଥାନା ଅଧିକାରୀଙ୍କୁ ସେପ୍ଟେମ୍ବରମାସ ୬ତାରିଖରେ ଲିଖିତ ଅଭିଯୋଗ ପ୍ରଦାନ କଲେ । ପୋଲିସର ଉଦାସୀନତା ବିରୋଧରେ ସେମାନେ ଅତିରିକ୍ତ ଏସପି ଓ ଏସପିଙ୍କୁ ବାରମ୍ବାର ଭେଟି ଜଣାଇଥିଲେ ମଧ୍ୟ ଅଦ୍ୟାବଧି ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ