ବୃଦ୍ଧାଙ୍କୁ ଧକ୍କା ଦେଲା ଗଞ୍ଜେଇ ଚାଲାଣ କରୁ୍ଥିବା ସ୍କୁଟି

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗଞ୍ଜେଇ ଚାଲାଣ କରୁ୍ଥିବା ବେଳେ ଏକ ସ୍କୁଟି ଜଣେ ବୃଦ୍ଧାଙ୍କୁ ଧକ୍କା ଦେବା ସହ ଗଞ୍ଜେଇ ପୁଡ଼ିଆକୁ ଫୋପାଡ଼ି ଦେଇ ଚାଲିଯିବା ଆଜି ବେଲଗୁଣ୍ଠା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି I ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ପ୍ରକାରେ ଆଜି ଏକ ନୀଳ ରଙ୍ଗର ସ୍କୁଟିରେ ଜଣେ ବ୍ୟକ୍ତି ଦ୍ରୁତ ଗତିରେ ଆସି ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବ ଛକରେ ସେହି ଗ୍ରାମର ରଜନୀ ପୋଲାଇ(୭୦)ଙ୍କୁ ଧକ୍କା ଦେଇଥିଲା I ସ୍କୁଟି ଧକ୍କାରେ ବୃଦ୍ଧା ଜଣଙ୍କ ତଳେ ପଡ଼ି ଛଟପଟ ହେଉଥିବା ବେଳେ ସ୍କୁଟି ଚାଳକ ଜଣଙ୍କ ଏକ ପୁଡ଼ିଆକୁ ମହିଳାଙ୍କ ଉପରକୁ ଫୋପାଡ଼ି ଦେଇ ସ୍କୁଟି ସହ ସେଠାରୁ ଫେରାର ହୋଇଯାଇଥିଲା I ଘଟଣା ସମ୍ପର୍କରେ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ରଜନୀଙ୍କୁ ଉଦ୍ଧାର କରିବା ସହ ଫୋପଡାଯାଇଥିବା ପୁଡ଼ିଆଟି ଜବତ କରିଥିଲା I ପରେ ଏହି ପୁଡ଼ିଆଟି ଏକ ଗଞ୍ଜେଇ ଭର୍ତ୍ତି ପୁଡ଼ିଆ ବୋଲି ଜଣାପଡିଛି I ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଜନୀଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇଦିଆଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ