ବୃଦ୍ଧାଙ୍କୁ ସହାୟତାର ହାତ ବଢାଇଲେ ମୟୂରଭଂଜ ବିଜେଡି
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ସମାଜ ଦିନକୁ ଦିନ ସ୍ବାର୍ଥ କୈନ୍ଦ୍ରିକ ହୋଇଯାଉଛି ।ରକ୍ତ ରକ୍ତକୁ ଚିହ୍ନକୁ ନାହିଁ ।୧୦ମାସ ଗର୍ଭରେ ଧରି ନାନା ଦୁଃଖ କଷ୍ଟ ସହି ପୁଅ ମୁହଁରେ ଆହାର ଦେଇ ମଣିଷ କରିଥିବାରୁ ପୁଅ ବାହାଘରରେ ପରେ କଲା ସାତ ପର ।ବୃଦ୍ଧା ମା ଭାଗ୍ୟ କୁ ଆଦରି ବହୁ କଷ୍ଟରେ ଭୋକ ଉପାସରେ ଦିନ କାଟୁଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲକ ଅନ୍ତର୍ଗତ କଟାସ ଗ୍ରାମରେ ।କୌଣସି ସୂତ୍ରରୁ ଏଭଳି ଦୁଃଖଦ ଖବର ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ତଥା ମୟୂରଭଂଜ ବିଜେଡି ଜାଗ୍ରତ ପ୍ରହରୀ ତଥା ମୟୂରଭଂଜବାସୀଙ୍କ ସୁଖଦୁଖର ସାଥୀ ପ୍ରଣବ ପ୍ରକାଶ ଦାସ (ସମସ୍ତ ଙ୍କର ପ୍ରିୟ ବବି ଭାଇ) ବିଶୋଇ ବ୍ଲକର କଟାସ ଗ୍ରାମର ଏକ ଅସହାୟ ଶୁଣି ମାଉସୀଙ୍କୁ କିଭଳି ଥଇଥାନ କରାଯିବ ସେଥିପାଇଁ ସେ ରାଜ୍ୟ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କୁ ଦାୟିତ୍ଵ ଦେଇଥିଲେ। ମଙ୍ଗଳବାର ଦିନ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଏବଂ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ପ୍ରଶାସନ ସହିତ ଆଲୋଚନା କରି କଟାସ ଗାଁରେ ପହଞ୍ଚି ଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର କର୍ମକର୍ତ୍ତା , ବାରିପଦା ବୃଦ୍ଧାଶ୍ରମ କର୍ମଚାରୀ ପ୍ରମୁଖ ପହଞ୍ଚିଥିଲେ ।ବୃଦ୍ଧା ମାଉସୀଙ୍କୁ ବହୁ ବୁଝାବୁଝି କରି ବାରିପଦା ବୃଦ୍ଧାଶ୍ରମକୁ ଥଇଥାନ ପାଇଁ ନେଇ ଯାଇଥିଲେ ।ଏହି କାର୍ଯ୍ୟକ୍ରମରେ ସାରସକଣା ବିଧାୟକ ବିଜେଡି ବିଧାୟକ ପ୍ରାର୍ଥୀ ଅମର ସିଂ ଟୁଡୁ, ବିଶୋଇ ବ୍ଲକ ଉପାଧ୍ୟକ୍ଷ ବୁଦ୍ଧିମାନ ମଣ୍ଡଳ, ଯୁବ ବିଜେଡ଼ି ନେତା ଗଣେଶ ମିଶ୍ର,ଦୀପକ ମିଶ୍ର, ସୁଶିଲ ସେଠୀ, ଧନେଶ୍ଵର ମହାନ୍ତ,ଖେଲାରାମ ଟୁଡୁ, ସିଦ୍ଧାର୍ଥ ପାତ୍ର ଏବଂ ଅନ୍ୟ ବିଜେଡି କର୍ମୀ, ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଏହି ପରୋପକାରାୟ କାମରେ ସାମିଲ ହୋଇଥିଲେ । ଜିଲ୍ଲାରେ କୌଣସି ଉପେକ୍ଷିତ ବୃଦ୍ଧ,ବୃଦ୍ଧା, ବିଧବା ମହିଳା,ଦିବ୍ୟାଙ୍ଗ ଥିଲେ ସେମାନଙ୍କର ଥଇଥାନ ପାଇଁ ବିଜେଡି ସହାୟତାର ହାତ ବଢାଇବା ବୋଲି ବିଜେଡି ତରଫରୁ ସୂଚନା ଦେଇଛନ୍ତି ।