ବୃଦ୍ଧାଙ୍କ ଅସ୍ୱାଭାବିକ ମୃତ୍ୟୁ

ହିଞ୍ଜିଳିକାଟୁ (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ) : ହିଞ୍ଜିଳିକାଟୁ ବ୍ଳକ ତଥା ପୁରୁଷୋତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ଜଣେ ବୃଦ୍ଧାଙ୍କ ଶନିବାର ଅସ୍ୱାଭାବିକ ମୃତ୍ୟୁ ଘଟିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ଶାରଦି ସେଠି (୫୫) । ପ୍ରକାଶ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ବୃଦ୍ଧା ଓ ନାତୁଣୀ ବର୍ଷା (୧୪) ଘର ମଧ୍ୟରେ ଶୋଇଥିଲେ । ଶନିବାର ସକାଳୁ ଜେଜେ ମା’ ଓ ନାତୁଣୀ ନିଦର ନଉଠିବାରୁ ପରିବାର ଲୋକେ ଉଠାଇବାକୁ ଛେଷ୍ଟା କରି ବିଫଳ ହୋଇଥିଲେ । ଚେତାଶୁନ୍ୟ ଅବସ୍ଥାରେ ପରିବାର ଲୋକେ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର, ବୃଦ୍ଧାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ମେଡ଼ିକାଲ ଫାଣ୍ଡିରେ ଏକ ଅପମୃତ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ମୃତ୍ୟୁର ସଠିକ କାରଣ ଜଣାପଡ଼ି ନାହିଁ । ନାତୁଣୀ ସୁସ୍ଥ ହେବା ପରେ ଘରକୁ ଫେରିଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ