ବୃଦ୍ଧାଙ୍କ ଘରେ ଅବକାରୀ ବିଭାଗର ଚଢ଼ାଉକୁ ସାହିବସିନ୍ଦଙ୍କ ବିରୋଧ ଘେରାଉ
ଗଞ୍ଜମ(ଦୁର୍ଗାମାଧବ ପାଣିଗ୍ରାହୀ) : ସହରସ୍ଥିତ ବ୍ରାହ୍ମଣଢାମଣା ସାହିରେ ଏକ ବିଧବା ମହିଳା ମଦ ବିକ୍ରି କରୁଥିବା ମିଥ୍ୟା ଅଭିଯୋଗରେ ଅବକାରୀ ବିଭାଗ ଚଢ଼ାଉକରୁଥିବା ବେଳେ ସାହିବସିନ୍ଦଙ୍କ ଏହାକୁ ତୀବ୍ର ବିରୋଧ କରି ଅବକାରୀ ବିଭାଗକର୍ମଚାରୀଙ୍କୁ ଘେରାଉ କରିବା ସହ ଦୀର୍ଘ ସମୟ ପର୍ୟ୍ୟନ୍ତ ଅଟକାଇ ରଖିଥିଲେ । ଯାହାକୁ ନେଇ ଉତେଜନା ପ୍ରକାଶ ପାଇଥିବା ବେଳେ ଅବକାରୀ ବିଭଗ କର୍ମଚାରୀ ମାନେ ନିଜର ଭୁଲ ସ୍ଵକାର କରିବା ସହ ଭୁଲ ଅଭିଯୋଗରେ ଚଢ଼ାଉ ହେଇଥିବା କହିବା ପରେ ଉତାକ୍ତ ଲୋକେ ଶାନ୍ତ ପଡିବା ସହ ଘେରାଉରୁ ହଟିଥିଲେ । ଅବକାରୀ ବିଭାଗ ତରଫରୁ ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଅଡିଆ ଢକ୍ଷମଣ ସାହିର ଜଣେ ବୃଦ୍ଧା ଙ୍କ ଘରେ ପରେବ୍ରାହ୍ମଣ ଢାମଣ ସାହିର ଜଣେ ବିଧାବା ଙ୍କ ଘରେ ଚାଢ଼ାଉ କରିଥିଲେ ।ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।


