ବୃଦ୍ଧାଶ୍ରମରେ ଜନ୍ମ ଦିନ ପାଳିଲେ ପ୍ରତ୍ୟୁଶା

ଗଂଜାମ ,(ଯୁଗାବ୍ଦ ନ୍ୟୁଜ୍‌): ଅଧୁନା ସମାଜରେ ନିଜର ଜନ୍ମ ଦିନରେ ସାଙ୍ଗ ,ସାଥି ମେଳରେ ଭୋଜି,ଭାତ କରି ଦିନଟି କଟାଉଥିବା ବେଳେ ଗଂଜାମ ଶିଶୁମନ୍ଦିର ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ପ୍ରତ୍ୟୁଶା ପ୍ରିୟଦର୍ଶିନୀ ଖଲ୍ଲିକୋଟ ନିକଟସ୍ଥ ବୃଦ୍ଧାଶ୍ରମରେ ନିଜର ଜନ୍ମ ଦିନରେ ପାଳନ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଗଂଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ବଡ ସାହି ବାସିନ୍ଦା କୃର୍ଷ୍ଣ ଚନ୍ଦ୍ର ଜେନାଙ୍କ ଝିଅ ନିଜର କୁନି ଝିଅ ବୃଦ୍ଧାଶ୍ରମରେ ପାଳନ କରିବା ପାଇଁ କହିଥିଲେ । ଏହା ପରେ ଜନ୍ମଦିନ ପାଳନ କରିବା ସହ ମସାରି,ପନିପରିବା ,ଚାଉଳ, ଡାଲି ,ଆଦି ବୃଦ୍ଧ ଓ ବୃଦ୍ଧାଙ୍କୁ ଦେବା ସହ ସେମାନଙ୍କ ସହ ସମୟ ବିତାଇଥିଲେ । କୁନି ଝିଅର ଏଭଳି ମତକୁ ଅଂଚଳବାସୀ ବେଶ ପ୍ରଂଶସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ