ବୃଦ୍ଧାଶ୍ରମରେ ବିଶ୍ୱ ମାତୃତ୍ୱ ଦିବସ ପାଳିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶ୍ୱ ମାତୃତ୍ୱ ଦିବସ ଅବସରରେ ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମରେ ବିଶ୍ୱ ମାତୃତ୍ୱ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୃଦ୍ଧାଶ୍ରମରେ ଥିବା ସମସ୍ତ ମାଆ ତଥା ବାପାମାନଙ୍କୁ ଉତ୍ତରୀୟ, ଲୁଗା ଆଦି ବଣ୍ଟନ କରାଯାଇଥିଲା । ଏଥିସହିତ ସମସ୍ତ ଅନ୍ତେବାସିନୀ ମାନଙ୍କ ମଧ୍ୟରେ ଏକ କେକ୍ କଟାଯିବା ସହ ମିଠା ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ । ଏହି କାର୍ଯ୍ୟକ୍ରମରେ କାଇପଦର ଶ୍ରୀଜଗନ୍ନାଥ କଲେଜ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ଉତ୍କଳମଣି ଗୋପବନ୍ଧୁ ଆଦର୍ଶ ବୃଦ୍ଧାଶ୍ରମର ପ୍ରତିଷ୍ଠାତା ବିଚିତ୍ରାନନ୍ଦ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ ।