ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର

ଚୌଦ୍ୱାର, (ଦୀପକ୍ କୁମାର ବେଉରା):ଚୌଦ୍ୱାର ପୌରପାଳିକା ର ୧୯ନ ୱାର୍ଡ ର କେଦାରେଶ୍ୱର ଅଂଚଳର ଗୋଟିଏ ଘରୁ ଜଣେ ବୃଦ୍ଧା ଙ୍କ ମୃତଦେହ ଉଦ୍ଧାର କରିଛି ଚୌଦ୍ୱାର ପୋଲିସ । ମୃତା ମହିଳା ଜଣଙ୍କ ଏଠାରେ ଦୀର୍ଘ ଦିନ ଧରି ଭଡାରେ ରହୁଥିଲେ। ସେ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ସ୍ୱାମୀ ବଡମ୍ବା ରେ ଶିକ୍ଷକତା କରୁଥିଲେ । ଗତ ଦୁଇ ତିନି ଦିନ ଧରି ବୃଦ୍ଧା ଜଣକ ଘରୁ ବାହାରି ନଥିଲେ । ଶନିବାର ସକାଳେ ଘର ମଧ୍ୟରୁ ଦୁର୍ଗନ୍ଧ ଆସିବାରୁ ଲୋକମାନେ ଘର କବାଟ ଭାଙ୍ଗି ମହିଳା ଜଣକ ମୃତ ଅବସ୍ଥା ପଡିଥିବା ଦେଖିଥିଲେ। ମୃତ ଦେହଟି ନଷ୍ଟ ହୋଇ ଦୁର୍ଗନ୍ଧ ହେଉଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ବଡମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତାକାଙ୍କ ସ୍ୱାମୀ ଆସିବା ପରେ ପୋଲିସ ତାଙ୍କୁ ପଚରାଉଚୁରା କରୁଛି । ବୃଦ୍ଧା ଜଣକ ଘରେ ଏକୁଟିଆ ରହୁଥିବାରୁ ଶୋଇଥିବା ଅବସ୍ଥା ରେ ହୃତଘାତ ଯୋଗୁଁ ମୃତ୍ୟୁ ବରଣ କରିଥିବା ସନ୍ଦେହ କରାଯାଉଛି। ଅନ୍ୟ କେତେକ ସେ ଖାଦ୍ୟ ଅଭାବରୁ ମରିଥିବା କଥା ମଧ୍ୟ ଆଲୋଚନା କରୁଛନ୍ତି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ