ବୃଦ୍ଧା ପାଳିଲେ ୧୦୫ ଜନ୍ମ ବାର୍ଷିକ ଉତ୍ସବ

ଭଣ୍ଡାରିପୋଖରୀ , (ଦୁର୍ଯ୍ୟୋଧନ ଲେଙ୍କା): ଜଳବାୟୁ ପରିବର୍ତ୍ତନ ଓ ଖାଦ୍ୟପେୟ ଅନିୟମିତତା ସହିତ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଆଜିକାଲି ମଣିଷର ହାରାହାରି ବୟସ ସୀମା କମିଯାଉଛି । ସୁସ୍ଥ ଭାବେ ଜଣେ ମଣିଷ ୪୦ରୁ୫୦ବର୍ଷ ଅତିବାହିତ କରୁଥିବାବେଳେ ପରବର୍ତ୍ତୀ ୧୦/୨୦ବର୍ଷ ଅତି ଯନ୍ତ୍ରଣାଦାୟକ ଜୀବନ ଅତିବାହିତ କରିଥାଏ । ଏହାରି ଭିତରେ କେତେବେଳେ ଯେ ମୃତ୍ୟୁ ଆସି ଘର ଦୁଆରେ ହାଜର ହୋଇଯାଏ ତାହା ଜଣାପଡେ ନାହିଁ । ଏଭଳି ପ୍ରତିକୂଳ ସମୟରେ ଆଜି ବି ସୁଦ୍ଧା ଏମିତି କିଛି ବ୍ୟକ୍ତି ଅଛନ୍ତି ଯେକି ୧୦୦ବର୍ଷ ଅତିକ୍ରାନ୍ତ କରି ସୁସ୍ଥଭାବେ ଜୀବନ ଅତିବାହିତ କରୁଛନ୍ତି । ସେଭଳି ଜଣେ ମହିୟସୀ ଧର୍ମପରାୟଣା ବୃଦ୍ଧା ହେଲେ ଭଣ୍ଡାରିପୋଖରୀ ମେଡିକାଲ ଛକରେ ରହୁଥିବା ପୂର୍ଣ୍ଣିମାଦିବ୍ୟା ପତି । ଅତି ସୁସ୍ଥ ଭାବେ ସେ ଗତ ରବିବାର ରାକ୍ଷିପୂର୍ଣ୍ଣିମା ଦିନ ତାଙ୍କର ୧୦୫ତମ ଜନ୍ମବାର୍ଷିକ ପାଳନ କରିଛନ୍ତି । ବୃଦ୍ଧାଙ୍କ ସ୍ୱାମୀ କୃପାସିନ୍ଧୁ ପତି ୧୯୮୦ମସିହାରେ ଇହଧ୍ୟାମ ତ୍ୟାଗ କରିଥିବାବେଳେ ତାଙ୍କର ଦୁଇଗୋଟି ପୁଅ ଓ ଚାରୋଟି ଝିଅ ଅଛନ୍ତି । ବଡ ଝିଅ ଶଶିପ୍ରଭାଙ୍କୁ ୮୦ବର୍ଷ, ବଡପୁଅ କବିରଞ୍ଜନଙ୍କୁ ୭୫ବର୍ଷ ଓ ସାନପୁଅ ଆଧ୍ୟାତ୍ମିକବାଦୀ ରଞ୍ଜନ ପତିଙ୍କୁ ୫୬ବର୍ଷ ହୋଇଛି । ବୃଦ୍ଧାଙ୍କର ୧୧ଜଣ ନାତିନାତୁଣୀ ଓ ୬ଜଣ ଅଣନାତିନାତୁଣୀ ମଧ୍ୟ ଅଛନ୍ତି । ସେ ଏବେ ସାନପୁଅ ରଞ୍ଜନଙ୍କ ପାଖରେ ବସବାସ କରୁଥିବାବେଳେ କାଁଭାଁ ବୟସାଧିକ କାରଣ ଯୋଗୁ ଗୋଡ ହାତବିନ୍ଧାକୁ ଛାଡିଦେଲେ ଏବେ ବିନା ଓøଷଧରେ ସେ ୧୦୫ବର୍ଷ ଅତିକ୍ରମ କରିସାରିଲେଣି । ତାଙ୍କ ବେଳର ଖାଦ୍ୟପେୟ ଓ ସରଳ ଜୀବନଯାପନ ସହିତ ଆଧ୍ୟାତ୍ମିକ ବିଶ୍ୱାସ ଯୋଗୁ ଆଜି ବି ସେ ସୁସ୍ଥ ରଖିଥିବା ପୌଢା ଜଣକ ଦୃଢୋକ୍ତିର ସହିତ ମତ ଦେଇଛନ୍ତି । ପରିବାର ଗହଣଙ୍କ ଉପସ୍ଥିତିରେ ସେ କେକ କାଟି ଜନ୍ମୋତ୍ସବ ପାଳନ କରିଥିବାବେଳେ ତାଙ୍କର ଦୀର୍ଘ ସୁସ୍ଥ ନିରାମୟ ଜୀବନ ପାଇଁ ସାନପୁଅ ରଞ୍ଜନ ମହାବୀରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ