ବୃଦ୍ଧା ମାଆ ପ୍ରତି ଅମାନବିକତା ଖାଇବାକୁ ନ ଦେଇ ଚାବି ପକାଇଲେ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଜନ୍ମ କରିଥିବା ମାଆ ବୃଦ୍ଧା ହେବା ପରେ ଏବେ ପୁଅ- ବୋହୂ ,ନାତି ଙ୍କ ପାଇଁ ଅଲୋଡା ହୋଇ ପଡ଼ିଛି। ବିଭିନ୍ନ ସମୟରେ ଏଭଳି ସମାଜରେ ଦେଖିବାକୁ ମିଳୁଥିବା ବେଳେ ମଙ୍ଗଳବାର ଦିନଏମିତି ଏକ ଘଟଣାର ପୁନରାବୃତ୍ତି ହୋଇଥିବା ଦେଖିବାକୁ ମିଳିଛି ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଓସ୍ତା ଗ୍ରାମରେ । ବୃଦ୍ଧା ମାଆକୁ ତାଲା ପକାଇ ନିର୍ଯାତନା ଦେଉଥିବା ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବା ଜଣାପଡିଛି । ସାନଖେମୁଣ୍ଡି ବ୍ଳକ ଉକ୍ତ ଗ୍ରାମର ମୁଖ୍ୟ ରାସ୍ତାରେ ରହୁଥିବା ସ୍ବର୍ଗତ ନାରାୟଣ ବିଷୋୟୀଙ୍କ ସ୍ତ୍ରୀ ଶଶି ବିଷୋୟୀ ତାଙ୍କର ତିନି ପୁଅ ମଧ୍ୟରୁ ବଡ଼ପୁଅ ଜୟରାମଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ମଝିଆ ପୁଅ ବାବୁଲା ଏବଂ ସାନପୁଅ କୈଳାସ ଗ୍ରାମରେ ରହୁଛନ୍ତି । ତେବେ ବୃଦ୍ଧା ମାଆ ଶଶୀଙ୍କୁ ଘରେ ରଖିବା ପରିବର୍ତ୍ତେ ପୁଅ ବୋହୂ ମିଶି ଉପର ଘରେ ରହୁଥିବା ବେଳେ ମାଆଙ୍କୁ ତଳେ ଏକ କୋଠରୀରେ ରଖି ଆସୁଛନ୍ତି । ଏପରିକି ଉପରେ ତାଲା ପକାଇ ନିର୍ଯାତନା ଦେବା ସହ ବିଭିନ୍ନ ସମୟରେ ମାଡ଼ ମାରୁଥିବା ବୃଦ୍ଧା ଜଣକ କାନ୍ଦି ପୋଲିସ ସମ୍ମୁଖରେ କହିଛନ୍ତି । ଶଶୀ ପାଳି କରି ଏକ ମାସ ଲେଖାଏଁ ତିନି ପୁଅଙ୍କ ଘରେ ରହୁଥିଲେ ବଡ଼ ବୋହୂ ରଖିବାକୁ ଅନିଚ୍ଛା କରିବାରୁ ବର୍ତ୍ତମାନ ପୁଅ ବାବୁଲା ପାଖରେ ରହି ଆସୁଥିଲେ । ତେବେ ଗତକାଲି ବୃଦ୍ଧା ଜଣକ ପାଟପୁର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇବା ପରେ ସମସ୍ତଙ୍କୁ ଥାନାକୁ ଡକାଯାଇ ସମାଧାନ ହୋଇଥିଲା । ବିଳମ୍ବିତ ରାତିରେ ଘରକୁ ଫେରିବା ପରେ ମାଆଙ୍କୁ ଖାଇବାକୁ ନ ଦେଇ ତାଲା ପକାଇ ଶୋଇ ପଡ଼ିଥିଲେ । ତେବେ ସକାଳୁ ଶଶୀ ଭୋକ ଲାଗୁଥିବା ନେଇ ପୁଅ ବୋହୂଙ୍କୁ ଡ଼ାକ ପକାଇଥିଲେ ମଧ୍ୟ ତାଲା ନ ଖୋଲି ଓଲଟା ଗାଳିଗୁଲଜ କରିଥିଲେ । ତେବେ ଖବର ପ୍ରଚାରିତ ହେବାପରେ ପୋଡାମାରୀ ଫାଣ୍ଡି ଏସ ଆଇ ପରମେଶ୍ବର ମଲ୍ଲିକ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପୁଅ ବୋହୂଙ୍କ ସହ ଆଲୋଚନା କରିବା ସହ ଘଟଣାର ପୁନରାବୃତ୍ତି ନ କରିବାକୁ ତାଗିତ କରି ଫେରିଥିଲେ କିନ୍ତୁ ଶାଶୁଙ୍କୁ ବଡ଼ ବୋହୂ ଘରେ ରଖିବାକୁ ରାଜି ନ ହେବାରୁ ପାଟପୁର ଥାନା ଅଧିକାରୀ ଅଜୟ କୁମାର ସ୍ବାଇଁ ଘଟଣାସ୍ଥଳକୁ ଯାଇ ଥାନାକୁ ଡ଼ାକି ସମାଧାନ କରି ବୃଦ୍ଧା ମାଆଙ୍କୁ ଭଲ ଭାବେ ଖାଇବାକୁ ଦେଇ ଘରେ ରଖିବାକୁ ତିନି ବୋହୂ ଏବଂ ଦୁଇ ପୁଅଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ