ବୃନ୍ଦାବତୀ ବିହାର ବିକାଶ ପରିଷଦର ବାର୍ଷିକ ଉତ୍ସବ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲିଆସ୍ଥିତ ବୃନ୍ଦାବତୀ ବିହାର ବିକାଶ ପରିଷଦ ପକ୍ଷରୁ ମା’ ମଙ୍ଗଳାଙ୍କ ୧୫ତମ ବାର୍ଷିକ ଉତ୍ସବ ଓ ଚଇତି ପର୍ବ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ମା’ ମଙ୍ଗଳାଙ୍କ ମନ୍ଦିରରେ ଚଇତି ପୂଜା ଓ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ମଧ୍ୟାହ୍ନରେ ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟାରେ ପରିଷଦର ପଞ୍ଚଦଶ ସାଧାରଣ ସଭା ଉପେନ୍ଦ୍ରନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ମୁଖ୍ୟଅତିଥି ଭାବେ କବି ପ୍ରଶାନ୍ତ ଦାସ ଯୋଗଦେଇ ସ୍ଥାନୀୟ ଅଧିବାସୀମାନଙ୍କ ଏକତା ଓ ଭାଇଚାରାକୁ ଉଚ୍ଚ ପ୍ରଶଂସା କରିଥିଲେ । ଚିତ୍ରାଙ୍କନ, ନୃତ୍ୟ ଓ ଗୀତ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ । ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ଆବାହନୀ ସଂଗୀତ ଗାନ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ କଳାକାରମାନେ ଅଂଶଗ୍ରହଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଆନନ୍ଦ କୁମାର ଗିରି ପରିଚାଳନା କରିଥିଲେ । ସଭାରେ ହରେକୃଷ୍ଣ ଗିରି ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ମାନସ କୁମାର ଜେନା ସ୍ୱାଗତ ଅଭିଭାଷଣ ଦେଇଥିଲେ । କୋଷାଧ୍ୟକ୍ଷ ଯଶୋବନ୍ତ କୁମାର ମହାନ୍ତି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ କାଞ୍ଚନବାଳା ପାତ୍ର, ସୁମନ୍ତ ଦାସ, ନିହାର ଦାସ ମହାପାତ୍ର, ଗିରିଜା ଶଙ୍କର ଆଚାର୍ଯ୍ୟ, ରତିକାନ୍ତ ବାଗୁଡ଼ାଇ, ବିଜୟ ମହାନ୍ତି, କାଳିଚରଣ ବିନ୍ଧାଣୀ, ପ୍ରାଣବନ୍ଧୁ ବିଶ୍ୱାଳ, ଗୋବିନ୍ଦ ବିନ୍ଧାଣୀ, ଗିରିଶ ପ୍ରଧାନ, ମୀନାରାଣୀ ପ୍ରଧାନ, ଲିଲି ଦାସ ଓ ମମତା ବିନ୍ଧାଣୀ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ