ବୃନ୍ଦାବତୀ ବିହାର ବିକାଶ ପରିଷଦ ତରଫରୁ ଡ. ଉପେନ୍ଦ୍ର ନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା):ବାଲିଆ ପଞ୍ଚାୟତର ବୃନ୍ଦାବତୀ ବିହାର ବିକାଶ ପରିଷଦ ତରଫରୁ ଡ. ଉପେନ୍ଦ୍ରନାଥ ପାତ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଗତ ଫେବୃଆରୀ ୩ ତାରିଖ ଦିନ ଜର୍ମାନ୍ସ୍ଥିତ ପ୍ରାଚୀନ ଯୋଗ ସଂସ୍କୃତ ବିଶ୍ୱବିଦ୍ୟାଳୟ ତରଫରୁ ଶ୍ରୀ ପାତ୍ରଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଥିଲା । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ମଞ୍ଚ ଆହ୍ୱାନ କରି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ପରିଷଦର ଉପସଭାପତି ପୀତାମ୍ବର ଦାସ ସଭା ପରିଚାଳନା କରିଥିଲେ । ଅତିଥିଭାବେ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଓ ସମ୍ମାନିତ ଅତିଥିଭାବେ ଗୌରାଙ୍ଗ ପାଣିଗ୍ରାହୀ ପରିଷଦ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଅତିଥିମାନେ ଶ୍ରୀଯୁକ୍ତ ପାତ୍ରଙ୍କର ବିଭିନ୍ନ ସାମାଜିକ କାର୍ଯ୍ୟ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ସର୍ବୋପରି ସ୍ଥାନୀୟ ଅଞ୍ଚଳରେ ସରସ୍ୱତୀ ବିଦ୍ୟାମନ୍ଦିର ପ୍ରତିଷ୍ଠା କରିବାରେ ତାଙ୍କର ଭୂମିକା ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସଭାରେ କୋଷାଧ୍ୟକ୍ଷ ଡ. ଯଶୋବନ୍ତ ମହାନ୍ତି, ରତିକାନ୍ତ ବାଗୁଡ଼ାଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲାବେଳେ ଡ. ପାତ୍ରଙ୍କ ପତ୍ନୀ ଶ୍ରୀମତୀ କାଞ୍ଚନବାଳା ପାତ୍ର ବିକାଶ ପରିଷଦର କାର୍ଯ୍ୟାବଳୀକୁ ପ୍ରଶଂସା କରି କୃତଜ୍ଞତା ଜଣାଇଥିଲେ । ହରେକୃଷ୍ଣ ଗିରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।