ବୃନ୍ଦାବତୀ ବିହାର ବିକାଶ ପରିଷଦର ୧୬ତମ ବାର୍ଷିକ ଉତ୍ସବ ଓ ଚଇତି ପର୍ବ ଉଦ୍‌ଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲିଆ ସ୍ଥିତ ବୃନ୍ଦାବତୀ ବିହାର ବିକାଶ ପରିଷଦ ତରଫରୁ ମା’ ମଙ୍ଗଳାଙ୍କ ୧୬ତମ ବାର୍ଷିକ ଉତ୍ସବ ଓ ଚଇତି ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରସାଦସେବନ କରିଥିଲେ । ସନ୍ଧ୍ୟାରେ ପରିଷଦର ବାର୍ଷିକ ସାଧାରଣ ସଭା ହୋଇଥିଲାବେଳେ ଡ. ଉପେନ୍ଦ୍ର ନାଥ ପାତ୍ର ଅଧ୍ୟକ୍ଷତା କରିଥିଲେ । ମୁଖ୍ୟଅତିଥି ଭାବେ କବି କାଳିପଦ ପଣ୍ଡା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସ୍ଥାନୀୟ ଅଧିବାସୀଙ୍କ ଏକତା ଓ ଭାଇଚାରାକୁ ସେ ପ୍ରଶଂସା କରିଥିଲେ । ସାଧାରଣ ସଂପାଦକ ଶ୍ୟାମସୁନ୍ଦର ଜେନା ବାର୍ଷିକ ବିବରଣୀ ପାଠ କରିଥିଲେ । ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ତତ୍‌ସହିତ ସ୍ଥାନୀୟ ଶିଶୁ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଆନନ୍ଦ କୁମାର ଗିରି ଓ ମାନସ କୁମାର ଜେନା ମଞ୍ଚ ପରିଚାଳନା କରିଥିଲେ । ହରେକୃଷ୍ଣ ଗିରି ଅତିଥିମାନଙ୍କୁ ମଞ୍ଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଦିବସବ୍ୟାପୀ କାର୍ଯ୍ୟକ୍ରମ ପରିଚାଳନାରେ ସୁସନ୍ଧ୍ୟା ସ୍ୱାଇଁ, ସ୍ୱପ୍ନା ଦାସ, କନକ ପାତ୍ର, ଚୁମ୍‌କି ଦାସ, ଅନୁ ପାଲ୍‌, ତ୍ରିଲୋଚନ ମହାନ୍ତି, ଶ୍ରୀମତୀ ମହାନ୍ତି, କାଞ୍ଚନବାଳା ପାତ୍ର, ମମତା ବିନ୍ଧାଣୀଙ୍କ ସମେତ ନିହାର ଦାସମହାପାତ୍ର, ବିଜୟ ମହାନ୍ତି, ଗିରିଜା ଶଙ୍କର ଆଚାର୍ଯ୍ୟ, ଅଞ୍ଜନ ଦାସ, ମନୋଜ ସାହୁ ପ୍ରଭୃତି ଅଂଶଗ୍ରହଣ କରିଥିଲେ । ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ଓ ସୁବଲ ଦାସ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । କୋଷାଧ୍ୟକ୍ଷ ଇଂ. ଡ. ଯଶୋବନ୍ତ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ