ବୃନ୍ଦାବନ ଚନ୍ଦ୍ର ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ଉଦ୍ୟାପିତ କଇଠଖଣ୍ଡିକୁ ହରାଇ ସିନ୍ଦୁରପୁର କ୍ରିକେଟ୍ କ୍ଳବ ଚମ୍ପିୟନ୍

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ୍) : ଦିଗପହଣ୍ଡି ବ୍ଳକ ଅଧିନସ୍ଥ ଗୋଲଣ୍ଡା ଗ୍ରାମରେ ଗତ ୧୫ ଦିନ ଧରି ଚାଲିଥିବା ବୃନ୍ଦାବନ ଚନ୍ଦ୍ର ସ୍ମାରକି ଆଞ୍ଚଳିକ କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ ରବିବାର ଅପରାହ୍ନରେ ଉଦ୍ୟାପିତ ହୋଇଯାଇଛି । ଉଦ୍ୟାପନୀ ଦିବସରେ କଇଠଖଣ୍ଡି ମାଁ କାଳୁଆ କ୍ରିକେଟ୍ କ୍ଳବ ଏବଂ ସିନ୍ଦୁରପୁର କ୍ରିକେଟ୍ କ୍ଳବ୍ ମଧ୍ୟରେ ଅନ୍ତିମ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି କଇଠଖଣ୍ଡି ମାଁ କାଳୁଆ କ୍ରିକେଟ୍ କ୍ଳବ ବଲିଂ ଓ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ସିନ୍ଦୁରପୁର କ୍ରିକେଟ୍ କ୍ଳବ୍ ପ୍ରଥମ ବ୍ୟାଟିଂ କରିଥିଲା । ଟ୍ୱାଣ୍ଟି-ଟ୍ୱାଣ୍ଟି ମ୍ୟାଚ୍ ସମୁଦାୟ ୨୦ ଓଭର ମଧ୍ୟର ଖେଳାଯାଇଥିବା ବେଳେ ସିନ୍ଦୁରପୁର କ୍ରିକେଟ୍ କ୍ଳବ ୧୭ ଓଭରରେ ନିଜର ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ ଅଧିଗ୍ରହଣ କରିଥିଲା । ପ୍ରତିଜବାବ୍ରେ କଇଠଖଣ୍ଡି ମାଁ କାଳୁଆ କ୍ରିକେଟ୍ କ୍ଳବ୍ ମାତ୍ର ୧୬ ଓଭର୍ ୩ଟି ବଲ୍ରେ ମାତ୍ର ୭୮ ରନ୍ ଅଧିଗ୍ରହଣ କରି ନିଜର ସମସ୍ତ ୱିକେଟ୍ ହରାଇଥିଲା । ଶେଷରେ ସିନ୍ଦୁରପୁର କ୍ରିକେଟ୍ କ୍ଳବ୍ ଚମ୍ପିୟନ୍ ହୋଇଥିବା ବେଳେ କଇଠଖଣ୍ଡି ମାଁ କାଳୁଆ କ୍ରିକେଟ୍ କ୍ଳବ ରନର୍ସଅପ୍ ହୋଇପାରିଥିଲା । ଉଦ୍ୟାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ତଥା ବ୍ରହ୍ମପୁର ମହାନଗର ନିଗମର ୩୧ନଂ ୱାର୍ଡର କର୍ପୋରେଟର୍ ସୁରେନ୍ଦ୍ର ମହାରଣା (ସୁକୁଟା) ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାମାଜିକ କର୍ମୀ ରଞ୍ଜନ ପାଣିଗ୍ରାହୀ ଯୋଗଦେଇଥିଲେ । ସେହିପରି ସମ୍ମାନିତ ଅତିଥି ଭାବେ ଯୁବ ବିଜେଡି ନେତା ସଞ୍ଜୟ କୁମାର ପାଣିଗ୍ରାହୀ, ତ୍ରିପତି ସାହୁ, ପଣ୍ଡିତ ଲୋକନାଥ କର, ପ୍ରକାଶ ପାଣିଗ୍ରାହୀ, ବ୍ଳକ ବିଜେଡି ସଭାପତି ଚିତ୍ରସେନ ଗୌଡ, ଦିଗପହଣ୍ଡି ଏନଏସି ବିଜୁ ଯୁବ ବାହିନୀ ସଭାପତି ସମୀରକାନ୍ତ ତ୍ରିପାଠୀ, ବୃନ୍ଦାବନ ଚନ୍ଦ୍ର ଯୁବ ସଂଗଠନ ଉପସଭାପତି ଦୂର୍ଗାପ୍ରସାଦ ଗୌଡ, ସମ୍ପାଦକ ସୁଦାମ ଡାକୁଆ, ବୃନ୍ଦାବନ ଗୌଡ ପ୍ରମୁଖ ମଞ୍ଚାସୀନ ଥିଲେ । ଅମ୍ପାୟର୍ ଭାବେ ଜିତୁ ପାଣିଗ୍ରାହୀ ଓ ସୂର‌୍ୟ୍ୟନାରାୟଣ ଗୌଡ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ଶିକ୍ଷକ ଶିବଶଙ୍କର ଗୌଡ ମ୍ୟାଚ୍ କମେଣ୍ଟ୍ରି କରିଥିଲେ । ମ୍ୟାଚ୍ ଶେଷରେ ଅତିଥି ମାନଙ୍କ ଦ୍ୱାରା ଉଭୟ ଚମ୍ପିୟନ୍ ଓ ରନର୍ସଅପ୍ ଦଳକୁ ଟ୍ରଫି ଓ ପୁରଷ୍କାର ପ୍ରଦାନ କରାଯାଇଥିଲା । ସେହିପରି ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ବିକ୍ରମ, ମ୍ୟାନ୍ ଅଫ ଦି ସିରିଜ୍ ଓ ବେଷ୍ଟ୍ ହିଟର୍ ଅଜୟ, ବେଷ୍ଟ ବୋଲର୍ ଭାବେ ରାଜନ୍, ବେଷ୍ଟ କିପର୍ ତ୍ରିପତି, ବେଷ୍ଟ୍ ଫିଲ୍ଡର୍ ପିଣ୍ଟୁ, ବେଷ୍ଟ ଅମ୍ପାୟର୍ ଭାବେ ବିଜୟ କୁମାର ସାହୁ ଏବଂ ଜିତୁ ପାଣିଗ୍ରାହୀ, ଉତ୍ତମ ପରିଚାଳନା ପାଇଁ ସୀମାଞ୍ଚଳ ପ୍ରଧାନ ଓ ଶିଶିର କୁମାର ଗୌଡଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରଷ୍କାର ପ୍ରଦାନ କରାଯାଇଥିଲା । ସମସ୍ତ କାର‌୍ୟ୍ୟକ୍ରମକୁ ମିଲନ ପାଣିଗ୍ରାହୀ, ରାଜା ସାହୁ, ବାଙ୍କନିଧି ସାହୁ, ରାମ ପ୍ରଧାନ, ବାପୁନି ପ୍ରଧାନ, ପିଣ୍ଟୁ ପୂଜାରୀ, ଶ୍ରୀଧର ପଣ୍ଡା ପ୍ରମୁଖଙ୍କ ସମେତ ବୃନ୍ଦାବନ ଚନ୍ଦ୍ର ଯୁବ ସଂଗଠନର ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ । କ୍ରିକେଟ୍ ଟୂର୍ଣ୍ଣାମେଣ୍ଟ୍ଟି ଗ୍ରାମର ମେଧାବୀ ଛାତ୍ର କୃଷ୍ଣଚନ୍ଦ୍ର ଗୌଡ ଏବଂ ସାନ୍ତନୁ ପାଣିଗ୍ରାହୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜନ କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ