ବୃନ୍ଦାବନ ପାଣ୍ଡି ମହିଳା ମହାବିଦ୍ୟାଳୟରେ ନୂତନ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

କୋଦଳା, (ଯୁଗାବ୍ବ ନ୍ୟୁଜ) : କୋଦଳା ସ୍ଥିତ ବୃନ୍ଦାବନ ପାଣ୍ଡି ମହିଳା ମହାବିଦ୍ୟାଳୟରେ ନୂତନ କରି ନାମ ଲେଖାଇଥିବା ଛାତ୍ରୀ ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି ।ଦଣ୍ଡିଶ୍ବର ମହାଦେବଙ୍କ ମନ୍ଦିର ପରିସରରେ ଆୟୋଜିତ ଏକ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବିସୂର‌୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷା ନିର୍ଦ୍ଦେଶକ ଡଃ ଶରତଚନ୍ଦ୍ର ମହାପାତ୍ର ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଅନ୍ୟାନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଖଲ୍ଲିକୋଟ ଆଠଗଡ଼ ବିରୁଳି ସଂସ୍କୃତି ପରିଷଦ ସଭାପତି ଇଂ ବାଞ୍ଛାନିଧି ଦାସ, କୋଦଳା ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ପଦ୍ମ ଚରଣ ପାଢୀ, ଲକ୍ଷ୍ମୀନାରାୟଣ ମାଧ୍ୟମିକ ବିଦ୍ୟାଳୟର ଡଃ ସିମାଞ୍ଚଳ ମୁନୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଏ. ରାଜୁ ଗୋପାଳ ରାଓ, ଲକ୍ଷ୍ମୀନାରାୟଣ ମହାବିଦ୍ୟାଳୟର ପ୍ରତିଷ୍ଠାତା ପି. ସତ୍ୟ ନାରାୟଣ ପାତ୍ର, ସମାଜସେବୀ ପ୍ରଦ୍ୟୁମ୍ନ କୁମାର ସାହୁ, ଶିକ୍ଷା ପ୍ରେମି ତଥା ସମାଜସେବୀ ଜୁରିଆ ସାହୁ, ସମାଜସେବୀ ହୃଷିକେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମେ ଦଣ୍ଡିଶ୍ବର ଛକରୁ ଆମନ୍ତ୍ରିତ ଅତିଥିମାନଙ୍କୁ ଶୋଭାଯାତ୍ରା ମାଧ୍ୟମରେ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା ।ଏହାପରେ ଉଭୟ ସାଂସଦ ଓ ବିଧାୟିକା ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭା କାର‌୍ୟ୍ୟ ଆରମ୍ଭ ହୋଇଥିଲା ।ସାଂସଦ ଓ ବିଧାୟିକାଙ୍କୁ ଏହି ସଭାରେ ସମ୍ବର୍ଦ୍ଧନା ଦିଆଯାଇଥିଲା ।ମହିଳା ମହାବିଦ୍ୟାଳୟର ଛାତ୍ରୀମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ ଉଭୟ ବିଧାୟିକା ଓ ସାଂସଦ ।ଏହି ଅବସରରେ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି କୃତିତ୍ବ ଅର୍ଜନ କରିଥିବା ଛାତ୍ରୀ ଭାଗ୍ୟଲକ୍ଷ୍ମୀ ମହାରଣାଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ