ବୃହତ୍ ଔଷଧିୟ ପାର୍କ ପାଇଁ ଯୋଜନା

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଞ୍ଜାମର ଗୋପାଳପୁରରେ ପ୍ରତିଷ୍ଠା ହେବ ବୃହତ୍ ଔଷଧିୟ ପାର୍କ। ସ୍ୱତନ୍ତ୍ର ଅର୍ଥନୈତିକ ଜୋନରେ ହଜାରେ ଏକର ଜମିରେ ଏହି ପାର୍କ ସୃଷ୍ଟି କରାଯିବ। ଭିତ୍ତିଭୂମି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୧୫ ଶହ କୋଟି ଟଙ୍କା ଦେଇଛନ୍ତି। ଏହି ପ୍ରକଳ୍ପରେ ହେଲେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ। ଏଥିରେ ୫ ହଜାର ଲୋକ ନିଯୁକ୍ତି ପାଇପାରିବେ। ସେପ୍ଟେମ୍ବେର ୨୫ ସୁଦ୍ଧା ପ୍ରକଳ୍ପର ପ୍ରସ୍ତାବ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଗୋପାଳପୁରସ୍ଥିତ ଟାଟା ସ୍ୱତନ୍ତ୍ର ଏସଇଜେଡଠାରେ ଏକ ହଜାର ଏକର ଜମିରେ ଏହି ପାର୍କ ପ୍ରତିଷ୍ଠା କରାଯିବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଏହାସହିତ ଚଳିତମାସ ୨୫ତାରିଖ ମଧ୍ୟରେ ଏହି ପାର୍କ ନିର୍ମାଣ ପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବକୁ ଚୂଡ଼ାନ୍ତ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ନିମନ୍ତେ ପଠାଯିବ। ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ ବୃହତ୍ ଔଷଧ ପାର୍କ ପ୍ରତିଷ୍ଠା ନିମନ୍ତେ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟରେ ବୃହତ୍ ଔଷଧ ପାର୍କର ବ୍ୟାପକ ସମ୍ଭାବନାକୁ ବିଚାର କରି ଏଥିପାଇଁ ଆସନ୍ତା ୧୫ଦିନ ମଧ୍ୟରେ ଏକ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ(ଡିପିଆର) ଚୂଡ଼ାନ୍ତ କରିବା ନିମନ୍ତେ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।
ଗୋପାଳପୁରସ୍ଥିତ ଟାଟା ସ୍ପେଶାଲ ଏସଇଜେଡଠାରେ ଏହି ପାର୍କ ପ୍ରତିଷ୍ଠା ନିମନ୍ତେ ବୈଠକରେ ନୀତିଗତ ନିଷ୍ପତ୍ତି ନିଆଯାଇଛି। ପାର୍କ ପାଇଁ ଆବଶ୍ୟକ ଏକହଜାର ଜମି ଟାଟା ଏସଏଇଜେଡରେ ଉପଲବ୍ଧ ଅଛି। ଏହି ସ୍ଥାନ ମଧ୍ୟ ବନ୍ଦର, ରେଳବାଇ ଓ ଜାତୀୟ ରାଜପଥ ସହ ସଂଯୁକ୍ତ ଥିବାବେଳେ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରଠୁ ୨ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ସ୍ଥାନରେ ପହଂଚି ହେବ ବୋଲି ବୈଠକରେ ସୂଚନା ଦିଆଯାଇଛି। ପାର୍କର ରୂପାୟନ ନିମନ୍ତେ ଇଡକୋ ଓ ଟାଟା ଏସଇଜେଡ ମଧ୍ୟରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ବାହକ(ଏସପିଭି) ଗଠନ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ଏଥିରେ ଇଡକୋ ପ୍ରମୁଖ ଅଂଶୀଦାର ରହିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ