ବେଆଇନ ଇଟାଭାଟିରେ ଲକ୍ ଡାଉନ୍ ଉଲଂଘନ,୮ ଗିରଫ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଆଇନ ହୋଇଛି ଇଟାଭାଟି ।ପୁଣି ଲକ୍ ଡାଉନ୍ ବେଳେ ବେଆଇନ ଇଟାଭାଟିରେ ଆଇନଆଖିରେ ଧୂଳି ଦେଇ ଚାଲିଥିଲା ଇଟାଭାଟି ।ପ୍ରାୟ ଦଶ ଏକର ପରିସୀମା ମଧ୍ୟରେ ଚାଲିଥିବା ଇଟାଭାଟି ଦେଖିଲେ ଲାଗୁଛି ଯେ ବହୁ ଦିନରୁ ଚାଲୁଥିଲା ଏହି ଭାଟି ।ଆଉ ଲକ୍ ଡାଉନ୍ ମଧ୍ୟରେ ବେଆଇନ ଭାବେ ଚାଲିଥିବା ଏହି ଭାଟିରେ ପୋଲିସ ଓ ପ୍ରଶାସନ ଚଢ଼ାଉ କରି ସେଠାରେ ନିୟୋଜିତ ୮ ଜଣଙ୍କୁ ଗିରଫ କରିଛି ।ପୋଲିସ ସୁତ୍ରରୁ ପ୍ରକାଶ ଯେ,ବେଲଗୁଣ୍ଠା ବ୍ଳକ୍ ଘୁ.ନୁଆଗାଁ ପଞ୍ଚାୟତର ମହୁଲିଆ ଠାରେ କିଛି ବର୍ଷ ହେବ ବେଆଇନ ଭାବେ ଗଢିଉଠିଥିଲା ଏକ ବିରାଟ ଇଟାଭାଟି।ଏଠାରେ ଶତାଧିକ ଶ୍ରମିକ ନିୟୋଜିତ ଥିବା ବେଳେ ବର୍ତ୍ତମାନ ଲକ୍ ଡାଉନ୍ ହେବା ପରେ ଦଶରୁ ପନ୍ଦର ହାତଗଣତି ଶ୍ରମିକଙ୍କୁ ନେଇ ଇଟାଭାଟି ଚାଲୁଥିଲା ।ଏହି ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ଓ ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ସଦଳେବଳେ ଇଟାଭାଟି ଉପର ଚଢ଼ାଉ କରିଥିଲେ ।ସେହି ସମୟରେ ଇଟାଭାଟିରେ କାର୍ଯ୍ୟରତ ଭଞ୍ଜନଗର ଥାନା ସାନକୋଦଣ୍ଡା ଗ୍ରାମର ବାଳି ନାୟକ, ମହେନ୍ଦ୍ର ନାୟକ, ହାଡିଆ ନାୟକ, ଗୁରୁମୁର୍ତି ପ୍ରଧାନ, ରାମେଶ୍ୱର ପ୍ରଧାନ ସନ୍ୟାସୀ ନାୟକ ଭଞ୍ଜନଗର ର କୈଳାସ ଚନ୍ଦ୍ର ପଣ୍ଡା, ଓ ତାରସିଂ ଥାନା ସପଙ୍ଗ ଗ୍ରାମର ବିକ୍ରମ ପାତ୍ରଙ୍କୁ ଉଠେଇ ଆଣି ଜେରା କରୁଥିବା ବେଳେ ବେଆଇନ ଇଟାଭାଟି କରିବା,ଲକ୍ ଡାଉନ୍ଉନ୍ ଉଲଂଘନ କରିବା ନେଇ ତିନୋଟି ମାମଲା ରୁଜ୍ଜୁ କରିଛି ବେଲଗୁଣ୍ଠା ପୋଲିସ ।ଏମାନେ ସମସ୍ତେ ଭାଗୁଆଳିରେ ଇଟାଭାଟି ଚଲାଉଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିପାରିଛି ।କିନ୍ତୁ ମୁଖ୍ୟ କାର୍ପଟଦାରଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି ।ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲୁଥିବା ଏହି ଇଟାଭାଟିକୁ ପ୍ରଶାସନ ଜାଣିପାରୁନଥିଲା ନା ମାସିଆରି ଚାନ୍ଦା ନେଇ ସେମାନଙ୍କୁ ପ୍ରୋତ୍ସାହନ କରୁଥିଲା ଏ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି ।ପୁର୍ବରୁ ଭଞ୍ଜନଗର ବ୍ଳକ୍ ସାନକୋଦଣ୍ଡା ଥିଲା ବେଆଇନ।ଇଟାଭାଟିର ପେଣ୍ଠସ୍ଥଳ ।ସେଠାରେ ପୋଲିସ ପ୍ରଶାସନ ଚଢ଼ାଉ କରି ବନ୍ଦ କରିବା ପରେ କିଛି ଭାଟି ମାଲିକ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଇଟାଭାଟି ନିର୍ମାଣ କରି ଚଲାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ