ବେଆଇନ କବାଡିଖାନା ପାଲଟିଛି ଚୋରା ସାମଗ୍ରୀ ଚାଲାଣର ପେଣ୍ଠସ୍ଥଳୀ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାର ଅସ୍ତରଙ୍ଗ, କାକଟପୁର, ନୟାହାଟ, ଯୋଗେଶ୍ୱରପୁର, ଚାରିଛକ, ନିମାପଡା, ଗୋପ, ତୁଳସୀପୁର,ଖେଲାର, ବଳଙ୍ଗା, କୋଣାର୍କ ଅଞ୍ଚଳ ରେ ଚାଲିଛି ୫୦ ରୁ ଉର୍ଦ୍ଧ୍ବ ବେଆଇନ କବାଡିଖାନା। କବାଡିଖାନା ଚଳାଇବାକୁ ସରକାର ଙ୍କ ଠାରୁ ଅନୁମତି ଆଣିବା ନିୟମ ରହିଛି। କିନ୍ତୁ କେତେକ ପ୍ରଭାବଶାଳୀ ବ୍ୟକ୍ତି ଓ ଅଣ ଓଡ଼ିଆ ବ୍ୟବସାୟୀ କୌଣସି ଅନୁମତି ନ ଆଣି ଛତୁ ଫୁଟିଲା ପରି ବେଆଇନ ଭାବେ କବାଡିଖାନା କରି ବିଭିନ୍ନ ଏଜେଣ୍ଟ ଙ୍କ ମାଧ୍ୟମ ରେ ଚୋରା ସାମଗ୍ରୀ କିଣି ତାକୁ ରାଜ୍ଯ ବାହାର ର ବିଭିନ୍ନ କାରଖାନା, ଫ୍ୟାକ୍ଟ୍ରି କୁ ଚୋରା ଚାଲାଣ କରୁଥିବା ଦେଖାଯାଉଛି। ଏହି କବାଡ଼ିଆ ସ୍ଥାନ ଚୋରା ଦୁଇ, ଚାରି, ଛଅ ଚକିଆ ଯାନବାହନ ଖର୍ଦ୍ଦୀ ର ପେଣ୍ଠସ୍ଥଳ ପାଲଟିଥିବା ଅଭିଯୋଗ ହେଉଛି। କେତେକ ନିର୍ଦ୍ଦିଷ୍ଟ ଯୁବକ ଗ୍ରାମାଞ୍ଚଳ ରୁ ସାଇକଲ ଓ ବିଭିନ୍ନ ବିଦ୍ୟୁତ ଟ୍ରାନସଫରମର ରୁ ତେଲ, ତାର ଚୋରି କରି ଆଣି ଏହି କବଡିଆଖାନା ରେ ଖୋଲାଖୋଲି ବିକ୍ରୀ କରି ବ୍ରାଉନ ସୁଗାର ଖାଉଛନ୍ତି । କେତେକ ଏଜେଣ୍ଟ ଫାଇନାସ ଥିବା ଦୁଇ, ଚାରି, ଛଅ ଚକିଆ ଗାଡ଼ି କୁ ଆଣି ଏଠାରେ ଖଣ୍ଡ ଖଣ୍ଡ କରି କାଟି ବିକ୍ରୀ କରି ଦେଉଛନ୍ତି। ଏହି କବାଡିଆ ମାଲିକ ମାନେ ନିଜ ରଦି ଜିନିଷ ସହିତ ମୂଲ୍ୟବାନ ମୂର୍ତ୍ତୀ, ତମ୍ବା , ପିତ୍ତଳ ର ପୁରାତନ ସାମଗ୍ରୀ ସବୁ କୁ ଟ୍ରକ ରେ ରାଜ୍ୟ ବାହାରକୁ ଚାଲାଣ କରୁଥିବା ଅଭିଯୋଗ ହେଉଛି। କିଛି ଦିନ ତଳେ ଯାଜପୁର ଅଞ୍ଚଳ ର ଏକ ଟ୍ରକ କୁ ଆଣି ଗୋପ ଠାରେ ଖଣ୍ଡ ଖଣ୍ଡ କରି କାଟି କିଛି ଯୁବକ କବାଡିଆ କୁ ବିକ୍ରୀ କରି ଦେଇଥିଲେ। ପୋଲିସ ଉକ୍ତ ଯୁବକ ଙ୍କୁ ଗିରଫ କରିଥିଲା। ସେହିପରି ନାଗପୁର ଠାରେ ଥିବା ଏକ କବାଡ଼ିଆ ଦୋକାନ ରୁ ଗୋପ ପୋଲିସ ବହୁ ଚୋରା ସାଇକଲ ଜବତ କରିଥିଲା।ପୁରୀ ଜିଲ୍ଲାପାଳ ଓ ଏସ ପି ଏ ଦିଗରେ ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ